Monday , March 20 2023
Breaking News
Home / କୃଷି / ଗୋଟିଏ ଗଛରେ ଫଳିଛି ୫ ବନ୍ଧା କୋବି 

ଗୋଟିଏ ଗଛରେ ଫଳିଛି ୫ ବନ୍ଧା କୋବି 

ଗରଦପୁର, ୨୩/୦୨/୨୦୨୧ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ କିଣିଲୋ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ଘଟଣା । ଗ୍ରାମର ଅଲେଖ ସ୍ୱାଇଁ ଙ୍କ ଜମିରେ ଚାଷ କରାଯାଇଥିବା ବନ୍ଧାକୋବି ଫସଲରେ ଗୋଟିଏ ଗୋଟିଏ ଗଛରେ ଫଳିଛି ୫ ଟି ଲେଖା ବନ୍ଧାକୋବି । ଏହିପରି ୧୦ ଟିରୁ ଅଧିକ ଗଛରେ ଫଳିଥିବା ଦେଖିବାକୁ ମିଳିଛି । ଏପରି ନିଆରା ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି । ସ୍ଥାନୀୟ ଅଂଚଳର ଚାଷୀ ଓ ଲୋକମାନେ ଅଲେଖ ଙ୍କ କୋବି କିଆରୀରେ ପହଂଚି ଏହି ଦୃଶ୍ୟ ଦେଖିବାକୁ ଭିଡ଼ ଜମାଉଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.