Saturday , April 1 2023
Breaking News
Home / ସ୍ୱାସ୍ଥ୍ୟ / ଗରାପୁର ଶିବାନନ୍ଦ ଆଶ୍ରମ ପରିସରରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ଗରାପୁର ଶିବାନନ୍ଦ ଆଶ୍ରମ ପରିସରରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର

କେନ୍ଦ୍ରାପଡା, ୨୩/୦୨/୨୦୨୧ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଂଚାୟତର ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ଓସ୍ତପୁରର ବସନ୍ତ କୁମାରୀ ଗ୍ରାମୀଣ ଚକ୍ଷୁ ଚିକିସôାଳୟ ପକ୍ଷରୁ  ଏକ ମାଗଣା  ଚକ୍ଷୁ ଚିକିତ୍ସା ଶିବିର  ଶ୍ରୀମା ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ, ସ୍ୱାମୀ ଗୁରୁଶରଣାନନ୍ଦ ସରସ୍ୱତୀ ଓ  ସ୍ୱାମୀ ରାମ  ଶରଣାନନ୍ଦ ସରସ୍ୱତୀଙ୍କ କରକମଳରେ ଉଦଘାଟିତ ହୋଇଯାଇଛି  । ଏହି ଶିବିରରେ  ବିଶିଷ୍ଟ ଚକ୍ଷୁ ଚିକିତ୍ସକ ଡା. ସରୋଜକାନ୍ତ  ତ୍ରିପାଠୀ ଯୋଗଦେଇ କେନ୍ଦ୍ରାପଡାର ବିଭିନ୍ନ ଅଂଚଳରୁ ଆସିଥିବା ୪୩ ଜଣ ରୋଗୀଙ୍କର ମାଗଣାରେ ଚକ୍ଷୁ ପରୀକ୍ଷା   କରିଥିଲେ । ସେଥିମଧ୍ୟରୁ ୧୭ଜଣଙ୍କର ଆସନ୍ତା ଗୁରୁବାର ଓସ୍ତପୁରସ୍ଥିତ ବସନ୍ତ କୁମାରୀ ଗ୍ରାମୀଣ ଚକ୍ଷୁ ଚିକିତ୍ସାଳୟରେ ଚକ୍ଷୁରେ ଅସ୍ତ୍ରୋପଚାର କରାଯିବ ବୋଲି ସୂଚନା ଦିଆଯାଇଛି  । ଏହି ଶିବିରକୁ  ପରିଚାଳନାରେ  ସରକାରୀ ଆଇନଜୀବୀ ସଞ୍ଜୟ କୁମାର ଜେନା, ସତ୍ୟବ୍ରତ ସିଂ,  ଧିରେନ୍ଦ୍ର କୁମାର ଦାସ, ନୃସିଂହ ବାବା ଙ୍କ ସମେତ  ଆଶ୍ରମର  ଅନ୍ତେବାସୀମାନେ  ସହଯୋଗ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.