Monday , March 27 2023
Breaking News
Home / ବିଶେଷ / କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ପଡିଆରୁ କ୍ରୀକେଟ ବ୍ୟାଟ, ଷ୍ଟମ୍ପ ମାଇକ ଜବତ କଲା ପୋଲିସ

କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ପଡିଆରୁ କ୍ରୀକେଟ ବ୍ୟାଟ, ଷ୍ଟମ୍ପ ମାଇକ ଜବତ କଲା ପୋଲିସ

 

କେନ୍ଦ୍ରାପଡା,୨୩/୦୨/୨୦୨୧ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳପଡିଆରେ ଅପରାହ୍ନ ପ୍ରାୟ ୫ଟା ବେଳେ କ୍ରୀକେଟ ଖେଳୁଥିବା  ସମୟରେ ପିଲାମାନେ  ପାଟିଗୋଳ କରୁଥିବା ଖବର ପାଇ ଟାଉନ ଥାନାର ସବଇନିସପେକ୍ଟର ଅନ୍ତର୍ଯ୍ୟାମୀ ବିଶ୍ୱାଳ ସେଠାରେ ପହଁଚିଥିଲେ । ପୋଲିସକୁ ଦେଖି ପିଲାମାନେ ସ୍ଥାନଛାଡି ପଳାଇଯିବାରେ ସେହି ପଡିଆରେ ଥିବା କ୍ରୀକେଟ ବ୍ୟାଟ, ଷ୍ଟମ୍ପ, ବଲ ସମେତ ମାଇକ, ଗାଡି ପ୍ରଭୃତି ପୋଲିସ ଜବତ କରି ଥାନାକୁ  ନେଇଯାଇଥିବା ସୂଚନା ମିଳିଛି । କୋଭିଡ – ୧୯ ନିୟମ ଆଧାରରେ ଏଭଳି କରାଯାଇଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.