ନିଶ୍ଚିନ୍ତକୋଇଲି,୨୩/୦୨/୨୦୨୧(ଓଡିଶା ସମାଚାର/ଅଭୟ ଜେନା):ମାହାଙ୍ଗା ନିର୍ବାଚନ ମଣ୍ଡଳୀ ର ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁର ଠାରେ ବିଜୁପଟ୍ଟନାୟକ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇନ ମନ୍ତ୍ରୀ ପ୍ରତାପ ଜେନା ଙ୍କ ଦ୍ଵାରା ଉଦ୍ଘାଟିତ ହୋଇଯାଇଛି। ଉଦଘାଟନ ଉତ୍ସବ ରେ ଓଡ଼ିଶା ମହିଳା କ୍ରିକେଟ ଦଳ ର ଦୁଇଟି ଟିମ ମଧ୍ୟରେ ହୋଇଥିଲା ମୁକାବିଲା। ଆଗାମୀ ଦିନରେ ଏଥିରେ ଭାଗ ନେବେ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକ ର ୩୨ ଟି ଟିମ। କିନ୍ତୁ ଏହି କାର୍ଯ୍ୟକ୍ରମ ରେ କିଛି ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ସମ୍ପ୍ରତି କୋଭିଡ ନିୟମ ରାଜ୍ୟରେ କଡାକଡି କରାଯାଇଥିବା ବେଳେ ମନ୍ତ୍ରୀ ଙ୍କ କାର୍ଯ୍ୟକ୍ରମ ରେ କୋଭିଡ଼ ନିୟମ କୁ ଉଲଙ୍ଘନ ହୋଇଥିବା ଅଭିଯୋଗ ହୋଇଛି। ସେହିଭଳି ମାସ୍କ ବାନ୍ଧିବା କଡା କଡ଼ି ହୋଇଥିବା ବେଳେ ଉପସ୍ଥିତ ଲୋକେ ମାସ୍କ ବାନ୍ଧିବା କୁ ଭୁଲିଯାଇଥିବା ଆଲୋଚ୍ୟ ବିଷୟ ହୋଇଛି। ସ୍ଥାନୀୟ ଅଞ୍ଚଳ ରେ ଥିବା କଲେଜ ଛାତ୍ରୀ ମାନଙ୍କୁ ଡ଼କାଯାଇ ମନ୍ତ୍ରୀ ଙ୍କୁ ସ୍ୱାଗତ କରାଯାଇଥିଲା। କରୋନା କଟକଣା ମଧ୍ୟରେ ଆଜି ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ସ୍ବନ୍ନକ୍ଷେତ୍ର ଦିବସ ରେ୧୪୪ ଜାରି ହେଉଥିବା ବେଳେ ତଥା ବିଭିନ୍ନ ଧାର୍ମିକ କାଯ୍ୟକ୍ରମ ରେ କିଛି ପରିବର୍ତ୍ତନ ହେଉଥିବା ବେଳେ ।ମନ୍ତ୍ରୀ ଙ୍କ କାର୍ଯ୍ୟକ୍ରମ ରେ କିଭଳି ସ୍ଥାନୀୟ ଛାତ୍ରୀ ମାନଙ୍କୁ ସ୍ୱାଗତ ପାଇଁ ଡ଼କାଗଲା ତାହା ସାଧାରଣ ରେ ବଡ ପ୍ରଶ୍ନବାଚୀ ସୃଷ୍ଟିକରିଛି। କଣ ପାଇଁ ଖୋଦ ଆଇନ ମନ୍ତ୍ରୀ ଆଲୋଚନା ପରିସର କୁ ବାରମ୍ବାର ଆସୁଛନ୍ତି ତାହା ସ୍ଥାନିୟ ଅଂଚଳର ବୁଦ୍ଧିଜୀବୀ ଓ ସାଧାରଣ ରେ ଚର୍ଚ୍ଚାର ବିଷୟ ହେଉଛି। ଓଡିଶା ସମାଚାର