Sunday , May 29 2022
Home / କ୍ରୀଡ଼ା / ଅମୀୟ(ମିଟୁ) ମେମୋରିଆଲ ରାତ୍ରି କ୍ରିକେଟ ଟୁନାମେଣ୍ଟ

ଅମୀୟ(ମିଟୁ) ମେମୋରିଆଲ ରାତ୍ରି କ୍ରିକେଟ ଟୁନାମେଣ୍ଟ

 କଟକ ୨୩/୦୨/୨୦୨୧ (ଓଡ଼ିଶା ସମାଚାର)-କଟକ ସଦର ବୟାଳିଶମୌଜା ଉପକଣ୍ଠ ଭାରଗୋଳ ସ୍ଥିତ ନବଜ୍ୟୋତି କ୍ରିକେଟ କ୍ଲବ ଆନୁକୂଲ୍ୟରେ ଯୁବସମାଜସେବୀ ସ୍ବର୍ଗତ ଅମୀୟ ପ୍ରଧାନ(ମିଟୁ)ଙ୍କ ସ୍ମୃତି ଉଦେଶ୍ୟରେ ଏକରାତ୍ରି କାଳୀନ କ୍ରିକେଟ ଟୁନାମେଣ୍ଟ ଅନୁଷ୍ଠିତ ହୋଇ  ସର୍ବମୋଟ ୧୬ଟି ଟିମ ଅଂଶଗ୍ରହଣ କରି ମା’ନାରାୟଣୀ କ୍ରିକେଟ କ୍ଲବ, ଡିହସରିଚୁଆଁ ୪୧ ରନ କରି ବିଜୟ ଲାଭ କରି ବିଜୟୀପଦକ ସହ ୪୦୦୧ ଟଙ୍କା ପୁରସ୍କାର ପାଇଥିବା ବେଳେ ବଜରଙ୍ଗୀ କ୍ରିକେଟ କ୍ଲବ,ଦେଉଳିକୁ ରନର୍ସକପ ସହ ୩୦୦୧ ଟଙ୍କା ପ୍ରଦାନ କରାଯାଇଛି ।  ଏହି ଟୁନାମେଣ୍ଟକୁ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦର ସଭାପତି ଯୁବସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଉଦଘାଟନ କରିଥିଲାବେଳେ ଅତିଥିଭାବେ କୃଷକନେତା ଦେବୀ ପ୍ରସାଦ ପତି,ଅସୀମ ଦାସ ଏବଂ କ୍ଲବ ପକ୍ଷରୁ ଅସିତ ପ୍ରଧାନ, ରାଜେଶ ପ୍ରଧାନ, ସୁବାଷ ପ୍ରଧାନ, ପରମାନନ୍ଦ ଚୌଧୁରୀ, ପବିତ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

୭ କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ନିର୍ମାଣ ହେବ ହୋଲସେଲ ମାର୍କେଟ

କେନ୍ଦ୍ରାପଡ଼ା, ୨୧/୦୪/୨୦୨୨( ଓଡ଼ିଶା ସମାଚାର )- କେନ୍ଦ୍ରାପଡ଼ା ସହର ଉପକଣ୍ଠ ଜମଧର ଗ୍ରାମପଂଚାୟତରେ ଥିବା ନିୟନ୍ତ୍ରିତ ବଜାର କମିଟି(ଆର.ଏମ.ସି.) ପରିସରରେ …

Leave a Reply

Your email address will not be published. Required fields are marked *