ଗରଦପୁର,୨୩/୦୨/୨୦୨୧ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ର ଅନ୍ୟତମ ପର୍ଯ୍ୟଟନ କ୍ଷେତ୍ର ଅନ୍ଧବର ମହାପୁରୁଷଙ୍କ ପୁଶ୍ୟ ପୀଠରେ ୫୧ ତମ ବିଶ୍ୱଶାନ୍ତି ମହାଯଜ୍ଞ ର ଶୁଭାଧିବାସ ସହିତ ମେଳା ମହୋତ୍ସବ ଆଜି ଠାରୁ ଆରମ୍ଭ ହୋଇଛି । ଏହି ଉପଲକ୍ଷେ ଶତାଧିକ ମହିଳା କଳସୀ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ଯଜ୍ଞ ମଣ୍ଡପରେ ପହଂଚିଥିଲେ । ବ୍ରାହ୍ମଣ ପଣ୍ଡିତମାନେ ହଜ୍ଞ ମଣ୍ଡପରେ କଳସୀ ସ୍ଥାପନ କରି ଶୁଭାଧିବାସ କରିଥିଲେ । ୨୭ ତାରିଖ ପର୍ଯ୍ୟନ୍ତ ହୋମ ଯଜ୍ଞ ହେବା ସହିତ ଯଜ୍ଞର ପୂର୍ଣ୍ଣାହୂତି ହେବ । ସମସ୍ତ କରୋନା କଟକଣା ଭିତରେ ଏହି କାର୍ଯ୍ୟକ୍ରମକୁ ସଙ୍କୁଚିତ କରାଯାଇ ପାଳନ କରାଯାଉଥିବା କମିଟିର ସଭାପତି ଅଜୟ ରାଉତ, ସମ୍ପାଦକ ଗୌରାଙ୍ଗ ପରିଡ଼ା , ସହ ସମ୍ପାଦକ ଗୋଲକ ଚନ୍ଦ୍ର ସ୍ୱାଇଁ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର