Wednesday , March 29 2023
Home / ବିଶେଷ / ୨୩ତାରିଖ ସ୍ଵ ନକ୍ଷେତ୍ର ଦିବସ ପାଇଁ ନେମାଳପୀଠ ରେ  ୧୪୪ଧାରା ଜାରି

୨୩ତାରିଖ ସ୍ଵ ନକ୍ଷେତ୍ର ଦିବସ ପାଇଁ ନେମାଳପୀଠ ରେ  ୧୪୪ଧାରା ଜାରି

ନିଶ୍ଚିନ୍ତକୋଇଲି,୨୨/୦୨/୨୦୨୧(ଓଡିଶା ସମାଚାର/ଅଭୟ ଜେନା):କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ତହସିଲ ଅନ୍ତର୍ଗତ ନେମାଳ ସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ସ୍ଵ ନକ୍ଷେତ୍ର ଦିବସ ଉପଲକ୍ଷେ ୨୩ ତାରିଖ ମଙ୍ଗଳବାର ଭୌମି ଏକାଦଶୀ ଅବସରରେ ହେବାକୁଥିବା ଅଷ୍ଟପ୍ରହର ନାମଯଜ୍ଞ କୋଭିଡ଼ ନିୟମ ଅନୁଯାୟୀ ଅନୁଷ୍ଠିତ ହେବ। ଏଣୁ ତହସିଲଦାର ମାନସ ରଞ୍ଜନ ତରାସିୟା ମହାପୁରୁଷ ଙ୍କ ଗାଦିର ୨୦୦ମିଟର ପରିଧି ମଧ୍ୟରେ୧୪୪ ଧାରା କଟକଣା ଜାରିକରିଛନ୍ତି। ଏହି କଟକଣା ୨୨ତାରିଖ ସନ୍ଧ୍ୟା ରୁ ୨୪ ତାରିଖ ସଂଧ୍ୟା ୬ଟା ପର୍ୟ୍ୟନ୍ତ ବଳବତର ରହିବ। ନେମାଳ ଥାନା ପୋଲିସ ଓ ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେବାକୁ କୁହାଯାଇଛି।ଓଡ଼ିଶା ସମାଚାର

Leave a Reply

Your email address will not be published.