ସାଲେପୁର,୨୧/୦୨/୨୦୨୧(ଓଡିଶା ସମାଚାର/ଅଭୟ ଜେନା):ମାହାଙ୍ଗାର ବିଜେପିର ସଦଭାବନା ପଦଯାତ୍ରା ସାଲେପୁର ସହର ଦେଇ ତୃତୀୟ ଦିନରେ ପହଞ୍ଚିଛି। ମାହାଙ୍ଗାର ବିଗତ ଦିନମାନଙ୍କରେ ହେଇଥିବା ରାଜନୈତିକ ହତ୍ୟା ,ହିଂସା ଓ ଆପରାଧିକ କାର୍ୟ୍ୟକ୍ରମର ବିରୁଦ୍ଧରେ ଏବଂ ମାହାଙ୍ଗାର ଶାନ୍ତି ପ୍ରତିଷ୍ଠା ପାଇଁ ଏହି ପଦଯାତ୍ରା କୋଲଣପୁର କୁଳିଆ ହନୁମାନ ମନ୍ଦିରରୁ ଆରମ୍ଭ ହୋଇ ସାଲେପୁର ସହର ଦେଇ ମାହାଙ୍ଗା ଅମରନାଥ ମନ୍ଦିର ମଲ୍ଲିପୁରା ପର୍ୟ୍ୟନ୍ତ ଚାଲିବ। ତୃତୀୟ ଦିନରେ ଏହି ପଦଯାତ୍ରାରେ ବିଜେପି ନେତା ଶାରଦା ପ୍ରଧାନ , ବିଜେପି କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରା ଓ ବିଜେପି କଟକ ଜିଲ୍ଲା ସଭାନେତ୍ରୀ ଯାଜ୍ଞସେନି ଜେନା ପ୍ରମୁଖ ଯୋଗ ଦେଇଥଲେ। ତେବେ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଶାନ୍ତି ପ୍ରତିଷ୍ଠାରେ ପୋଲିସ ଓ ରାଜନେତାମାନଙ୍କ ମଧୁଚନ୍ଦ୍ରିକା ଏକମାତ୍ର କାରଣ ବୋଲି ଶାରଦା କହିଛନ୍ତି। ଓଡ଼ିଶା ସମାଚାର