Wednesday , March 29 2023
Home / ତାଜା ଖବର / ସଡକ ଦୁର୍ଘଟଣା ,ଜଣେ ଗୁରୁତର

ସଡକ ଦୁର୍ଘଟଣା ,ଜଣେ ଗୁରୁତର

ସାଲେପୁର,୨୨/୦୨/୨୦୨୧(ଓଡିଶା ସମାଚାର/ଅଭୟ ଜେନା):କଟକ ଚାନ୍ଦବାଲି ରାସ୍ତାର ସାଲେପୁର ସହର ନିକଟବର୍ତ୍ତୀ ମାଛୁଆତି ଠାରେ ଆଜି ସକାଳେ ବାଇକ୍ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଗୁରୁତର ହୋଇପଡିବା ଜଣାପଡିଛି ।
ସ୍ଥାନୀୟ ଜନସାଧାରଣ ଙ୍କ ସହାୟତାରେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର ପରେ ଏକ ଅଟୋ ସାହାଯ୍ୟରେ ହସ୍ପିଟାଲକୁ ନିଆଯାଇଛି । ଆହତଙ୍କ ମୁଣ୍ଡରୁ ପ୍ରଚୁର ରକ୍ତସ୍ରାବ ହେଉଥିବାରୁ ତାଙ୍କୁ ସାଲେପୁର ମେଡିକାଲରୁ କଟକ ସ୍ଥାନାନ୍ତର ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.