ରଘୁନାଥପୁର, ୨୨/୦୨/୨୦୨୧ (ଓଡ଼ିଶା ସମାଚାର)- ରଘୁନାଥପୁର ଥାନା ପୋଲିସ ପକ୍ଷରୁ ଆଜି କଟକ-ପାରାଦ୍ୱୀପ ରାସ୍ତାରେ ଜାତାୟତ କରୁଥିବା ସମସ୍ତ ଦୁଇଚକିଆ ଓ ଚାରିଚକିଆରେ ଯାଉଥିବା ଲୋକମାନେ ମାକ୍ସ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ ଏବଂ ସାମାଜିକ ଦୂରତ୍ୱ ରକ୍ଷା କରି କୋଭିଡ୍-୧୯ ନିୟମକୁ କଡାକଡି ମାନିବାକୁ ଥାନା ଆଇ.ଆଇ.ସି ଦେବେନ୍ଦ୍ର ମହାପାତ୍ର, ପୋଲିସ୍ ଏସ୍.ଆଇ. ଗୟସ ଅହମ୍ମଦ, ଏସ୍.ଆଇ. ହିତାତୟ ଅହମ୍ମଦ ପ୍ରମୁଖ ଲୋକମାନଙ୍କୁ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ରଘୁନାଥପୁର ଥାନାର ଅନ୍ୟ ସମସ୍ତ ଷ୍ଟାଫ୍ ଉପସ୍ଥିତ ରହି ସହଯୋଗ କରିଥିଲେ । ଓଡ଼ିଶା ସମାଚାର