ପାରାଦୀପ ,୨୨/୦୨/୨୦୨୧ (ଓଡ଼ିଶା ସମାଚାର)- ସାମୁଦ୍ରିକ ଭାରତୀୟ ସମ୍ମିଳନୀ ଏମଆଇଏସ୍ ର ଦ୍ୱିତୀୟ ସଂସ୍କରଣ ମାର୍ଚ୍ଚ -୨-୪, ୨୦୨୧ରୁ ପ୍ରାୟ ଏକ ମେଗା ଆନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୨ ତାରିଖରେ ଏହି ସମ୍ମିଳନୀକୁ ଉଦଘାଟନ କରିବେ । କୋଭିଡ-୧୯ ମହାମାରୀ ହେତୁ ଏହି କାର୍ଯ୍ୟକ୍ରମ ବନ୍ଦର, ପରିବହନ ଓ ଜଳପଥ ମନ୍ତ୍ରାଳୟ ଦ୍ୱାରା ଭର୍ଚୁଆଲ ମୋଡରେ ଆୟୋଜିତ ହେଉଛି । ସୋମବାର ଦିନ ଭର୍ଚୁଆଲ ମୋଡ ମାଧ୍ୟମରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବାଧିତ କରି ପାରାଦ୍ୱୀପ ବନ୍ଦର ଅଧ୍ୟକ୍ଷ ବିନୀତ କୁମାର କହିଛନ୍ତି ଯେ, ସାମୁଦ୍ରିକ ଭାରତ ସମ୍ମିଳନୀ (ଏମ୍ ଆଇ ଏସ୍ ) ଆନ୍ତର୍ଜାତୀୟ ସହଯୋଗ ପାଇଁ ଏକ ଶକ୍ତିଶାଳୀ ଭିତିଭୂମି ଯୋଗାଇ ଦେବାକୁ ଯାଉଛି । ଏହା ପରିବହନ ବିଭିନ୍ନ ଦିଗକୁ ଅନ୍ତର୍ଭୁକ୍ତ କରିବ । ପାରାଦ୍ୱୀପ ବନ୍ଦର ଭର୍ଚୁଆଲ ମୋଡରେ ଏକ ପ୍ୟାଭିଲିୟନ ସ୍ଥାପନ କରିବାକୁ ଯାଉଛି । ଯେଉଁଥିରେ ଏକ ବିଲିୟନ ଡଲାରରୁ ଅଧିକ ପୁଂଜି ବିନିଯୋଗ ସୁଯୋଗ ସୃଷ୍ଟି ହେବ । ମାର୍ଚ୍ଚ ୩ରେ ଓଡିଶା ସରକାରଙ୍କ ସହ ଯୋଗରେ ପାରାଦ୍ୱୀପ ବନ୍ଦର ‘ଓଡିଶାର ବିନିଯୋଗ ସୁଯୋଗ’ ଉପରେ ଏକ ସ୍ୱତନ୍ତ୍ର ଅଧିବେସନ ଆୟୋଜନ କରିବେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଗଣ ମାଧ୍ୟମର ସହଯୋଗ ସହ ସେମାନେ ଏଥିରେ ପଂଜିକୃତ ହୋଇ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବାକୁ ଅଧ୍ୟକ୍ଷ ଶ୍ରୀ କୁମାର ଅନୁରୋଧ କରିଛନ୍ତି । ଓଡ଼ିଶା ସମାଚାର