ନିରାକାରପୁର, ୨୨/୦୨/୨୦୨୧ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ମଳିପଡ଼ା ମା ଭଗବତୀ କ୍ଲବ ଆନୁକୁଲ୍ୟରେ ସ୍ଥାନୀୟ ବାଙ୍ଗୁର ଶିକ୍ଷାସଦନ ଖେଳ ପଡ଼ିଆରେ ୭ତମ ବାର୍ଷିକ ନାଇଟ କ୍ରିକେଟ ଟୁର୍ଣ୍ଣମେଂ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଂଟରେ ବଛାବଛା ୧୬ଟି ଦଳ ଭାଗ ନେଇଥିବାବେଳେ ଫାଇନାଲକୁ ଭୋଗପୁର ମା ଦକ୍ଷିଣଚଣ୍ଡୀ କ୍ରିକେଟ କ୍ଲବ କୁ କାଇମାଟିଆ କ୍ରିକେଟ କ୍ଲବ ଭେଟିଥିଲେ । ପ୍ରଥମେ ଟସ ଜିତି ଭୋଗପୁର ଦଳ ନିର୍ଦ୍ଧାରିତ ଓଭରରେ ୪ ୱିକେଟ ହରାଇ ଗ୍ରାଉଣ୍ଡସଟ ଜରିଆରେ ୪୮ ରନ କରିଥିବାବେଳେ ସମସ୍ତ ୱିକେଟ ହରାଇ ମାତ୍ର ୪୦ ରନ କରି କାଇମାଟିଆ ଦଳ ପରାସ୍ତ ହୋଇଥିଲା । ଫଳରେ ଚଳିତ ବର୍ଷ ଭୋଗପୁର ଦଳ ଚାମ୍ପିଆନ ଆଖ୍ୟା ଅର୍ଜନ କରିଥିଲା । ଆଜିର ଖେଳକୁ ବିରଂଚି କୁମାର ବିଶ୍ୱାଳ ଓ ମୃତ୍ୟୁଞ୍ଜୟ ବରାଳ ପରିଚାଳନା କରିଥିଲେ । ଏହି ଅବସରରେ ମୁଖ୍ୟଅତିଥିଭାବେ ସମାଜସେବୀ ତଥା ରାଜ୍ୟ ବିଜେପି କାର୍ଯ୍ୟକାରଣୀ ସଦସ୍ୟ କାଳୁ ଚରଣ ଖଣ୍ଡୟତରାୟ ଓ ସମ୍ମାନୀତ ଅତିଥିଭାବେ ପୂର୍ବତନ ସରପଂଚ ଜନାର୍ଦ୍ଧନ ପ୍ରଧାନ, ବିଜେପି ମଣ୍ଡଳ ସଭାପତି ସୀତାରାମ ରାଉତରାୟ, ସମାଜସେବୀ ପ୍ରମୋଦ କୁମାର ଭୁଜବଳ ଓ ରବୀନ୍ଦ୍ର ବିଶ୍ୱାଳ ପ୍ରମୁଖ ଯୋଗଦେଇ ବିଜେତା ଭୋଗପୁର ଦଳକୁ ୧୪ହଜାର ଟଙ୍କା ଓ ରନର୍ସ ଅପ ଦଳକୁ ୧୦ ହଜାର ଟଙ୍କାର ନଗଦ ଅର୍ଥରାଶି ପୁରସ୍କାର ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସୋମନାଥ ବଳିୟାରସିଂହ, ପ୍ରଦ୍ୟୁମ୍ନ ଖଣ୍ଡୟତରାୟ, ନରୋତମ ପାଇକରାୟ, ଅନିଲ ବରାଳ, ଜୀବନଧନ ଛୋଟରାୟ, ସତିସ କଳସ, ବିକ୍ରମ ବଡ଼ଜେନା ପ୍ରମୁଖଙ୍କ ସହିତ ଅନ୍ୟାନ୍ୟ ସଭ୍ୟମାନେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର