କେନ୍ଦ୍ରାପଡା,୨୨/୦୨/୨୦୨୧(ଓଡ଼ିଶା ସମାଚାର)- ମାତୃଭାଷା ହେଉଛି ରାଷ୍ଟ୍ରଗଠନର ଏକ ବଳିଷ୍ଠ ଭିତି । ସମଗ ବିଶ୍ୱରେ ମାତୃଭାଷା ଏବଂ ସାଂସ୍କୃତିକ ବିଭବର ସୁରକ୍ଷା ପାଇଁ ଅଜସ୍ର ରାଷ୍ଟ୍ରକ୍ଷୟୀ ସଙ୍ଘର୍ଷ ହୋଇଯାଇଛି । ଏହିଗୈାରବମୟ ସଂଗ୍ରାମର ସର୍ବଶେଷ୍ଠ ନିଦର୍ଶନ ହେଉଛି ବଙ୍ଗଳା ଭାଷାକୁନେଇ ସ୍ୱତନ୍ତ୍ର ବଙ୍ଗଳାଦେଶ ଗଠନ ପାଇଁ ହୋଇଥିବା ଜୀବନ କ୍ଷୟୀ ସଂଗ୍ରାମ ଯାହା ୧୯୭୧ମସିହାରେ ବିଜୟଶ୍ରୀ ମଣ୍ଡିତ ହୋଇଥିଲା । ଏହି ସଂଗ୍ରାମର ଆଦ୍ୟ କାଳରେ ୧୯୫୨ମସିହାରେ ଆଜି ଦିନର ପଶ୍ଚିମ ପାକିସ୍ଥାନର ସୈନ୍ୟ ବାହିନୀ ଦ୍ୱାରା ବଙ୍ଗାଳୀ ଆନ୍ଦୋଳନକାରୀ ମାନଙ୍କୁ କରାଯାଇଥିବା ନରସଂହାର ସ୍ମୃତିରେ ଜାତିସଂଘ ଦ୍ୱାରା ୧୯୯୯ମସିହାରୁ ଆଜି ଦିନକୁ ବିଶ୍ୱମାତୃଭାଷା ଦିବସ ରୂପେ ପାଳନ କରାଯାଉଛି ବୋଲି ଭାଷା ସୁରକ୍ଷା ସମ୍ମିଳନୀ ଓ ଉତ୍କଳ ସମ୍ମିଳନୀର ମିଳିତ ଆନୁକୁଲ୍ୟରେ ପାଳିତ ବିଶ୍ୱମାତୃଭାଷା ଦିବସ ପାଳନ ଅବସରରେ ଯୋଗଦେଇ ଆଲୋଚକମାନେ ମତବ୍ୟକ୍ତ କରିଛନ୍ତି । ଭାଷାସୁରକ୍ଷା ସମ୍ମିଳନୀର ଜିଲ୍ଲା ସଭାପତି ଡଃ. ବାସୁଦେବ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସମ୍ପାଦକ ଆଦିକନ୍ଦ ରାଉଳ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିବାବେଳେ ସାହିତ୍ୟିକ ରାମକୃଷ୍ଣ ଦାଶ, ଗୋପାଳକୃଷ୍ଣ ଜେନା, ନୃସିଂହ ଚରଣ ତ୍ରିପାଠୀ, ଅବିନାଶ ଚୌଧୁରୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ମାଧବ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଡଃ. ଦାସଙ୍କୁ ତାଙ୍କର ୭୫ତମ ଜନ୍ମଦିବସ ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡ଼ିଶା ସମାଚାର
Check Also
ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ୧୦୨ତମ ଜୟନ୍ତୀ ପାଳିତ
କଟକ, ୨୭/୦୫/୨୦୨୨ (ଓଡ଼ିଶା ସମାଚାର) : ଆଜି ମନେ ପଡ଼ନ୍ତି ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ବୀର ପୁରୁଷ ସ୍ବର୍ଗତ ନୀଳମଣି …