ନିରାକାରପୁର, ୨୨/୦୨/୨୦୨୧ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଜାଜପୁର ତୋଟା ଭଗବତୀ ମନ୍ଦିର ପ୍ରାଙ୍ଗଣରେ ନିରାକାରପୁର ହାଇସ୍କୁଲର ୨୦୦୩ ମସିହା ବ୍ୟାଚର ଛାତ୍ରଛାତ୍ରୀମାନଙ୍କର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅତିଥିଭାବେ ଶିକ୍ଷକ ବିନାୟକ ତ୍ରିପାଠୀ, ଦେବନାରାୟଣ ହୋତା ଓ ଉମେଶ ଚନ୍ଦ୍ର ମିଶ୍ର ପ୍ରମୁଖ ଯୋଗଦେଇ ଏହି ବ୍ୟାଚର ଛାତ୍ରଛାତ୍ରୀମାନେ ଯିଏ ଯେଉଁ ସ୍ତରରେ ଥିଲେ ବି ସମାଜର ମଙ୍ଗଳ ପାଇଁ କାର୍ଯ୍ୟ କରିବା ସହ ଅସୁବିଧାରେ ପଡ଼ିଥିବା ସହପାଠୀମାନଙ୍କୁ ମିଳିତଭାବେ ସହଯୋଗର ହାତ ବଢାଇବାକୁ ପରାମର୍ଶ ଦେଇଥିଲେ । ଏହି ସଭାରେ ପୁରାତନ ଛାତ୍ରମାନଙ୍କ ଦ୍ୱାରା ଶିକ୍ଷକମାନଙ୍କୁ ଉପଢୌକନ ଓ ପୁଷ୍ପଗୁଛ ଦେଇ ସମ୍ବର୍ନ୍ଧିିତ କରାଯାଇଥିଲା । ପରେ ସମସ୍ତ ସହପାଠୀ ଏକାଠି ବସି ଆୟୋଜିତ ହୋଇଥିବା ଭୋଜି ଖାଇବାର ମଜ୍ଜା ଉଠାଇ ଅତୀତର ସ୍ମୃତିକୁ ମନେପକାଇଥିଲେ । ଏହି କାର୍ଯ୍ୟକ୍ରମକୁ ବ୍ୟାଚର ଛାତ୍ର ଜୟଦେବ ଜଗଦ୍ଧେବ, ସୋମନାଥ ବଳବନ୍ତରାୟ, ଦୁର୍ଗା ପ୍ରସାଦ ସାହୁ, ଭବାନୀ ପଟ୍ଟନାୟକ, କାଳୁ ଚରଣ ଦାସ ଓ ଜିତା ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର