Monday , March 20 2023
Breaking News
Home / ବିଶେଷ / ଜୀବନବୀମା ନିଗମ ଜିଲ୍ଲା ଶାଖା କାର୍ଯ୍ୟାଳୟର ଗୃହ ନିର୍ମାଣ ପାଇଁଭିତିିପ୍ରସ୍ତର ସ୍ଥାପନ

ଜୀବନବୀମା ନିଗମ ଜିଲ୍ଲା ଶାଖା କାର୍ଯ୍ୟାଳୟର ଗୃହ ନିର୍ମାଣ ପାଇଁଭିତିିପ୍ରସ୍ତର ସ୍ଥାପନ

କେନ୍ଦ୍ରାପଡା,୨୨/୦୨/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲା ଭାରତୀୟ ଜୀବନବୀମା ନିଗମର ଶାଖା କାର୍ଯ୍ୟାଳୟର ନୂତନ  ଗୃହ ନିର୍ମାଣ ନିମନ୍ତେ  ଭିତିପ୍ରସ୍ତର ସ୍ଥାପନ କରାଯାଇଛି । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜମଧର ପଂଚାୟତର ପାଣ୍ଡିରୀଠାରେ ଏହି ନୂତନ ଗୃହ ନିର୍ମାଣ ନିମନ୍ତେ ଜୀବନବୀମା ନିଗମର କ୍ଷେତ୍ରୀୟ ପ୍ରବନ୍ଧକ ମହେନ୍ଦ୍ର କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭିତିପ୍ରସ୍ତର ସ୍ଥାପନ  କରିଛନ୍ତି  । ଏହି ନୂତନ ଗୃହଟି ୩କୋଟି ୭୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବ । ଏହି କାର୍ଯ୍ୟକ୍ରମରେ କ୍ଷେତ୍ରୀୟ କାର୍ଯ୍ୟାଳୟର ମୁଖ୍ୟଯନ୍ତ୍ରୀ ଅଶୋକ କୁମାର, ବରିଷ୍ଠ ମଣ୍ଡଳ ପ୍ରବନ୍ଧକ ଅଶୋକ କୁମାର ରାଉତରାୟ, କେନ୍ଦ୍ରାପଡା ଜିଲ୍ଲା ଶାଖାର ମୁଖ୍ୟ ପ୍ରବନ୍ଧକ ସୁବୋଧ କୁମାର ଆଚାର୍ଯ୍ୟଙ୍କ ସମେତ ଜୀବନବୀମା ନିଗମ ର ସମସ୍ତ ପ୍ରଶାସନିକ ଅଧିକାରୀ, କର୍ମଚାରୀ, ଉନ୍ନୟନ ଅଧିକାରୀ ଓ ଅଭିକର୍ତାମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.