Saturday , April 1 2023
Breaking News
Home / ବିଶେଷ / ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ମହିଳା ମାନଙ୍କୁ କରୋନା ସଚେତନତା

ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ମହିଳା ମାନଙ୍କୁ କରୋନା ସଚେତନତା

ରଘୁନାଥପୁର, ୨୨/୦୨/୨୦୨୧ (ଓଡ଼ିଶା ସମାଚାର)- ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଜି ସାଦେଇପୁର ଗ୍ରାମପଂଚାୟତର ରାଜୀବଗାନ୍ଧୀ ସଭାକକ୍ଷରେ ମହିଳା ମାନଙ୍କୁ ମହାମାରି କରୋନା ଏବଂ ସରକାରଙ୍କ ଗାଇଡ୍ ଲାଇନ ସଂପର୍କରେ ସଚେତନତା କରାଯାଇଥିଲା । ଏଥିରେ ଜିଲ୍ଲା ଆଇନସେବା ପ୍ରାଧିକରଣର ବିଚାରପତି କମଳାକନ୍ତ ରାଉତ ଯୋଗଦେଇ କରୋନା ମହାମାରି ଆଇନ ଏବଂ ସରକାରୀ ଗାଇଡ୍ ଲାଇନକୁ ସଂପର୍କରେ ମହିଳା ମାନଙ୍କୁ ସଚେତନ କରିବା ସହିତ ମହିଳା ମାନଙ୍କୁ ସେମାନଙ୍କର ଆଇନଗତ ଅଧିକାର ସଂପର୍କରେ ସଚେତନ କରାଇଥିଲେ । ଏଥିରେ ରଘୁନାଥପୁର ଥାନା ପୋଲିସ ଏସ୍.ଆଇ. ଗୟସ ଅହମ୍ମଦ ଯୋଗଦେଇ ମହିଳା ମାନେ କୋଭିଡ୍-୧୯ ନିୟମକୁ ପାଳନକରି ଅନ୍ୟମାନଙ୍କୁ ସଚେତନ କରିବା ଆବଶ୍ୟକ ଏବଂ ନାରୀ ହେଉଥିବା ନର୍ଯ୍ୟାତନାକୁ କିଭଳି ପ୍ରତିରୋଧ କରିପାରିବେ ସେ ସଂପର୍କରେ ଆଲୋଚନା କରିଥିଲେ । ଏଥିରେ ସାଦେଇପୁର ସରପଂଚ ଡମ୍ବରୁଧର ବେହେରା ଯୋଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପାରା ଲିଗାଲ ସ୍ୱେଚ୍ଛାସେବୀ କ୍ଷୀରୋଦ ଦାସ, ମନୋଜ ସ୍ୱାଇଁ, ଶୁଭଲକ୍ଷ୍ମୀ ନାୟକ ଏବଂ ସାଦେଇପୁର ପଂଚାୟତର ଶତାଧିକ ମହିଳା ମାନେ ଯୋଗଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.