Tuesday , March 28 2023
Home / କ୍ରୀଡ଼ା / କପାଳ ଶୋଧନ କ୍ରୀୟା ଯୋଗ -୯ ବର୍ଷର ପିଲା କରୁଛି କ୍ରୀୟା ଯୋଗ

କପାଳ ଶୋଧନ କ୍ରୀୟା ଯୋଗ -୯ ବର୍ଷର ପିଲା କରୁଛି କ୍ରୀୟା ଯୋଗ

ଗରଦପୁର, ୨୨/୦୨/୨୦୨୧ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ କାର୍ଯ୍ୟାଳୟ ନିକଟସ୍ଥ ପ୍ରଭୁଜୀ ରାଷ୍ଟ୍ରୀୟ ଯୋଗ ବିଜ୍ଞାନ ସଂସ୍ଥାନର ଛାତ୍ର ପ୍ରଭୁ ପ୍ରକାଶ ପାଣି ମାତ୍ର ୯ ବର୍ଷ ବୟସରେ କ୍ରୀୟା ଯୋଗ ସାଧନା କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ମହାଯୋଗୀ ରାମଲାଲ ପ୍ରଭୁଜୀଙ୍କ ପ୍ରଦର୍ଶିତ ସରଳ ଓ ସହଜ ପଦ୍ଧତିରେ କଷ୍ଟ ସାଧ୍ୟ ଯୌଗିକ ସତ କର୍ମ ମଧ୍ୟରୁ ସୁତ୍ରନେତୀ ଜଳ ନେତୀ, ବାତ କର୍ମ , ବ୍ୟୁତ କର୍ମ ଶୀତ କ୍ରମ ,କପାଳ ଭାତି , ବହ୍ନିସାର ଧୌତି ,ବନ୍ଧ, ମୁଦ୍ରା ସହିତ ଆସନ , ପ୍ରାଣାୟମ ଓ ଶ୍ୱାସ ଧ୍ୟାନ ଇତ୍ୟାଦି ର ଶିକ୍ଷା ଲାଭ କରି ସଫଳ ଭାବରେ ସମ୍ପାଦନ କରୁଛନ୍ତି । ଏହି କ୍ରୀୟା ଯୋଗ ପ୍ରଭୁ ପ୍ରକାଶ ତାଙ୍କ ପିତା ଯୋଗ ଗୁରୁ କମଳା ପ୍ରସନ୍ନ ପାଣିଙ୍କ ଠାରୁ ଶିକ୍ଷା ଲାଭ କରିଛନ୍ତି । ପ୍ରକାଶଙ୍କୁ ଶିଶୁ ବେଳୁ ପ୍ରବଳ ଥଣ୍ଡା, କାଶ , ଶ୍ୱାସ ହେଉଥିଲା । ୮ ବର୍ଷ ପର୍ଯ୍ୟନ୍ତ କଟକ ଓ କେନ୍ଦ୍ରାପଡ଼ା ଡ଼ାକ୍ତରଙ୍କ ପାଖରେ ଔଷଧ ଖାଥଲା ପରେ ମଧ୍ୟ କମିଯାଇ ପୁଣି ହୁଏ । କାଶ , ଜ୍ୱର, ଥଣ୍ଡା ବାରମ୍ବାର ହେବା ପରେ ଡ଼ାକ୍ତରଙ୍କ ପରାମର୍ଶକ୍ରମେ ଔଷଧ ଖାଇବା ସହିତ ୨୦ ମସିହା ମାର୍ଚ ଠାରୁ ନେତି କପାଳ ଭାତି ବାତ କ୍ରମ. ଦ୍ୟୁତ କ୍ରମ ଶୀତ କ୍ରମ ସହିତ ଆଶନ ପ୍ରାଣାୟମ ଓ ଧ୍ୟାନ ଅଭ୍ୟାସ କରିବା ଦ୍ୱାରା ପ୍ରଭୁ ପ୍ରକାଶ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ପୂର୍ବ ଭଳି ଥଣ୍ଡା, ଜ୍ୱର ଆଦି ହେଉନାହିଁ । ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପ୍ରଭୁ ପ୍ରକାଶ ଆଦର୍ଶ ପାଲଟିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.