Monday , May 23 2022
Home / ବ୍ୟବସାୟ ବାଣିଜ୍ୟ / ଆଇଓସିଏଲରେ ନୂଆ ପଦ୍ଧତିରେ ନିର୍ମତ କୋଠା ମହାନଦୀ ଉଦଘାଟିତ

ଆଇଓସିଏଲରେ ନୂଆ ପଦ୍ଧତିରେ ନିର୍ମତ କୋଠା ମହାନଦୀ ଉଦଘାଟିତ

ପାରାଦୀପ,୨୨/୦୨/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ତୈଳ ବିଶୋଧନାଗାରରେ ନବନିର୍ମିତ କୋଠା ମହାନଦୀ ଉଦଘାଟିତ ହୋଇଯାଇଛି । ଆଇଓସିଏଲର କାର୍ଯ୍ୟକାରୀ ନିର୍ଦ୍ଧେଶକ ଟି.ଡ଼ି.ଭି.ଏସ. ଗୋପାଳକ୍ରିଷ୍ଣା ଓ ପାରାଦୀପ ୟୁନିଟ କାର୍ଯ୍ୟକାରୀ ନିର୍ଦ୍ଧେଶକ ଭି.ଏସ ଜୈନ ଏହାକୁ ଉଦଘାଟନ କରିଥିଲେ । ତେବେ ଏହି କୋଠାର ଏକ ସ୍ୱତନ୍ତ୍ର ବିଶେଷତ୍ୱ ରହିଛି । କୋଭିଡ଼ ମହାମାରୀ କାୟା ବିସ୍ତାର କରି ଚାଲିଥିବାବେଳେ ଆଇଓସିଏଲ କର୍ତୃପକ୍ଷ ପ୍ରଥମ ଥର ପାଇଁ ଏକ ନୁଆ କାରୀଗରୀ ଜ୍ଞାନ କୋ÷ଶଳ ଏଲଜିଏସଏଫ ପଦ୍ଧତିରେ ଏହି କୋଠାଟି ନିର୍ମିତ ହୋଇଛି । ଏହି କୋଠାରେ ତଳ ମହଲା ଓ ପ୍ରଥମ ମହଲାକୁ ମିଶାଇ ମୋଟ ୪୦ ବଖରା କୋଠରୀ ରହିଛି । ଏହି ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ସାମଗ୍ରୀ ଅତ୍ୟନ୍ତ ହାଲୁକା ଓ ପରିବଶେ ଉପଯୋଗୀ ବୋଲି ଆଇଓସିଏଲ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ।ଓଡ଼ିଶା ସମାଚାର

About admin

Check Also

ଏଇଚର୍ ଟ୍ରାକ୍ଟର୍ସ ପକ୍ଷରୁ ପରବର୍ତୀ ପିଢିର କୃଷକଙ୍କ ପାଇଁ ପ୍ରିମିୟମ ରେଞ୍ଜ୍ର ଟ୍ରାକ୍ଟର- ପ୍ରାଇମା ଜି୩ ଉନ୍ମୋଚିତ

. ବିଶ୍ୱସ୍ତରୀୟ ଡିଜାଇନ ସହିତ ପ୍ରିମିୟମ ଷ୍ଟାଇଲିଂ .ଫର୍ମ, ଫିଟ୍ ଓ ଫଙ୍କ୍ଶନ ସହ ପ୍ରଗତିଶୀଳ ଟେକ୍ନୋଲୋଜି .ଉନ୍ନତ ସିଟ୍,ପ୍ରଶସ୍ତ …

Leave a Reply

Your email address will not be published. Required fields are marked *