ପାରାଦୀପ,୨୨/୦୨/୨୦୨୧ (ଓଡ଼ିଶା ସମାଚାର)-ଆଇଏନଏସ ଚିଲିକା ଭାରତୀୟ ନୋ÷ସେନାର ପ୍ରାରମ୍ଭିକ ଶିକ୍ଷଣ କେନ୍ଦ୍ର ଚଳିତ ମାସ ୨୦ ଓ ୨୧ରେ ୪୧ବର୍ଷର ସମାପ୍ତି ଉତ୍ସବ ପାଳନ କରିଛି । ୧୯୮୦ ମସିହା ଫେବୃଆରୀ ୨୧ରେ ଏହାର କମିଶନ ହେବାଠାରୁ ଅତ୍ୟାଧୁନିକ ତାଲିକ ପ୍ରଣାଳୀ ଓ ବୈଷୟିକ ବିଭାଗ ସହ ତାଳଦେଇ ଏହାର କାର୍ଯ୍ୟ କରିଆସୁଛି । ୟୁନିଟ୍ ଏହାର ବାର୍ଷିକ କାର୍ଯ୍ୟକ୍ରମରେ ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନା କରିଥିଲା । ୟୁନିଟର ସମସ୍ତ ସଦସ୍ୟ ଏଥିରେ ଅଂଶଗ୍ରହଣ କରିଥିଲେ । ସାମରୀକ କର୍ମଚାରୀ, ଡ଼ିଏସସି, ଏମଇଏସ ଏବଂ ପ୍ରତିରକ୍ଷା କର୍ମଚାରୀ ସେମାନଙ୍କ ପରିବାରଙ୍କୁ ନେଇ ଏହିସବୁ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । କମାଣ ଅଧିକାରୀ ଏନ୍ ସି ପ୍ରଦୀପ ପତାକା ଦେଖାଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଉଦଯାପନୀ ଦିବସରେ ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ବଡ଼ାଖାନା ଆରମ୍ଭ ପୂର୍ବରୁ କନିଷ୍ଠ ନାବିକ କମାଣ ଅଧିକାରୀଙ୍କ ସହିତ ପାରମ୍ପରୀକ ପିଠାକଟା ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମ କୋଭିଡ଼୍-୧୯ ନିୟମ ଆଧାରରେ ଅନୁଷ୍ଠିତ ହୋଇଥିବା ଆଇଏନଏସ ଚିଲିକା ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି । ଓଡ଼ିଶା ସମାଚାର