Monday , March 27 2023
Breaking News
Home / ବିଶେଷ / ସ୍ୱର୍ଗତ ନଟବର ମହାପାତ୍ରଙ୍କ ଶ୍ରଦ୍ଧାଂଜଳି ସଭା 

ସ୍ୱର୍ଗତ ନଟବର ମହାପାତ୍ରଙ୍କ ଶ୍ରଦ୍ଧାଂଜଳି ସଭା 

ତାରପୁର,୨୧/୦୨/୨୦୨୧ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ତଅଁରା ପଂଚାୟତ ରାମଚନ୍ଦ୍ରପୁର ଗ୍ରାମର ସୁଯୋଗ୍ୟ ସନ୍ତାନ ଯଥା ପଂଚାୟତର ମୁରବୀ ସ୍ୱର୍ଗତ ନଟବର ମହାପାତ୍ରଙ୍କ ୧ମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଏକ ଶ୍ରଦ୍ଧାଂଜଳି ସଭା ଅନୁଷ୍ଠିତ ହୋଇ ଯାଇଛି । ଜ୍ୟେଷ୍ଠ ପୁତ୍ର ଶ୍ରୀଯୁକ୍ତ ରାମଚନ୍ଦ୍ର ମହାପାତ୍ରଙ୍କ ତତ୍ୱାବଧାନରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ସାଂସଦ ଡ଼ ରାଜଶ୍ରୀ ମଲିକ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସ, ବ୍ଲକ୍ ବିଜେଡ଼ି ସଭାପତି ଦେବାଶିଷ ତ୍ରିପାଠୀ, ତାରପୁର ସମିତି ସଭ୍ୟ ସରୋଜ କୁମାର ଦାସ, ଛପଡ଼ା ସଭ୍ୟା କାଦମ୍ବିନୀ ସ୍ୱାଇଁ, ବ୍ଲକ୍ ମହିଳା ବିଜେଡ଼ି ସଭାପତି ଶାନ୍ତିଲତା ଦ୍ୱିବେଦୀ, ସରପଂଚ ଚନ୍ଦନା ମହାନ୍ତି, ସରପଂଚ ଜାନକୀ ବଲଭ ସ୍ୱାଇଁ, ସରପଂଚ ଶର୍ମିଷ୍ଠା ସ୍ୱାଇଁ, ସରପଂଚ ଡ଼ମ୍ବରୁଧର ବେହେରା, ସରପଂଚ ପୁଷ୍ପଲତା ସୂତାର , ଶିକ୍ଷାବିତ ରଂଜନ କୁମାର ମିଶ୍ର,  ସମାଜ ସେବୀ ପ୍ରଭାତ କୁମାର ସ୍ୱାଇଁ, ରବିନ୍ଦ୍ରନାଥ ବିଶ୍ୱାଳ,କୃଷ୍ଣ ପ୍ରିୟା ବିଶ୍ୱାଳ,ସରୋଜ କୁମାର ସାହୁ, ଦିଲିପ କୁମାର ରଥ ,ପାର୍ଥସଖା ପାଲଟାସିଂ, ଇଂ ବାବାଜି ଚରଣ ଜେନା , ଦିଲିପ କୁମାର ସ୍ୱାଇଁ, ଅନିଲ ମହାନ୍ତି, ହରିରାମ ଖଟୁଆ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଆତ୍ମାର ସ୍କୃତି ଚାରଣ କରିଥିଲେ । ତାଙ୍କ ସୁଯୋଗ୍ୟ ପୁତ୍ର ତଥା ବିଶ୍ୱ ଓଡ଼ିଆ ମହାସଂଘ ସଭାପତି ଡ଼ ସୁରେନ୍ଦ୍ରନାଥ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବୋହୁ ତଥା ରଘୁନାଥପୁର ବ୍ଲକ୍ ଜୋନ ୨ ଜିଲାପରିଷଦ ସଭ୍ୟ ଡ଼େଜାଲିନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.