Sunday , April 2 2023
Breaking News
Home / ଶିକ୍ଷା / ସଂକୁଳସ୍ତରୀୟ ଯୁବରେଡକ୍ରସ ଶିକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

ସଂକୁଳସ୍ତରୀୟ ଯୁବରେଡକ୍ରସ ଶିକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

ନିରାକାରପୁର, ୨୧/୦୨/୨୦୨୧ (ଓଡ଼ିଶା ସମାଚାର)- ସ୍ଥାନୀୟ ରାମଚନ୍ଦ୍ର କଳ୍ପନା  ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରକୃତି ବିହାର କମାଗୁରୁ  ଠାରେ ଅନୁଷ୍ଠିତ ୩ ଦିନ ଧରି ଯୁବ ରେଡକ୍ରସର ସଂକୁଳସ୍ତରୀୟ ଶିକ୍ଷା ପ୍ରଶିକ୍ଷଣ ଶିବୀରର ଉଦଯାପିତ ହୋଇଯାଇଛି  । ଅଧ୍ୟକ୍ଷ ସୁଧାଶୁଂ ଶେଖର ମହାନ୍ତିଙ୍କ  ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୂଖ୍ୟ ଅତିଥି ଭାବେ ଟାଙ୍ଗି ତହସିଲିଦାର ଜୁଗଳ କିଶୋର ମିଶ୍ର,ମୁଖ୍ୟ ବକ୍ତା ଭାବେ ସମାଜସେବୀ ତଥା ଜୟଦୁର୍ଗା କ୍ଲବ ସଂପାଦକ ନିତ୍ୟାନନ୍ଦ ମଙ୍ଗରାଜ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କ ନୈତିକ ଶିକ୍ଷା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଶୃଙ୍ଖଳା ତଥା ଅଚରଣ ଉଚାରଣରେ ଛାତ୍ରଛାତ୍ରୀ ମାନେ ଶିଦ୍ଧହସ୍ତ କାର୍ଯ୍ୟକରିବା ଦରକାର ବୋଲି ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମିଶ୍ର ତାଙ୍କ ବକ୍ତବ୍ୟରେ ଉପସ୍ଥାପନା କରିଥିଲେ  । ଅଧ୍ୟାପିକା ଡ.ରେଣୁବାଳା ସାମନ୍ତରାୟ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ।  ଅଧ୍ୟାପକ ସତ୍ୟନାରାୟଣ ମହାପାତ୍ର  ଧନ୍ୟବାଦ ଅର୍ପଣ କରିଥିଲେ । ତିନିଦିନ ବ୍ୟାପି କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀ ମାନଙ୍କ ଭୂମିକା, ପ୍ରାଥମିକ ଚିକିତ୍ସା, ପ୍ରକୃତିକ ବିପର୍ଯ୍ୟୟ ଓ ସଚେତନତା,ସଡକ ସୁରକ୍ଷା,ପରିବେଶ ସୁରକ୍ଷା,ସ୍ୱେଚ୍ଛାକୃତ ରକ୍ତଦାନ ,ଅଗ୍ନି ନିରାପତା ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ଡେମୋ ଦେଖାଇ ଦିଆଯାଇଥିଲା ବୋଲି ଶିବିର ସଂଯୋଜିକା  ଶ୍ରୀମତି ସାମନ୍ତରାୟ  ମତଦେଇଥିଲେ । ସମୁଦାୟ ୪ଟି ମହାବିଦ୍ୟାଳୟର ୨୫ଜଣ ଛାତ୍ରଛାତ୍ରୀ ଶିକ୍ଷାପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ରଘୁନାଥ ଉଚ୍ଚମାଧ୍ୟମିକ ବିଦ୍ୟାଳୟର କାଉଁଶିଲର ଅଧ୍ୟାପକ ବିଶ୍ୱଜିତ୍ ଦାଶ, କବିରାଜ ରାଉତରାୟ,ଟାଙ୍ଗି ଦୁର୍ଗାଚରଣ ଚିଲିକା ଉଚ୍ଚମାଧ୍ୟମିକ ବିଦ୍ୟାଳୟର କାଉଁଶିଲର ଅଧ୍ୟାପକ ରଂଜନ ମହାପାତ୍ର ଶିବିରରେ ଯୋଗଦେଇଥିଲେ । ଶିବିର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗୀତା କରାଯାଇ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ମାନପତ୍ର ପ୍ରଦାନ କରିଥିଲେ । ପରିଶେଷରେ ଯୁବରେଡକ୍ରସ ପତକା ଉତୋଳନ କରାଯାଇ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଯାପିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଚାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.