Monday , March 27 2023
Breaking News
Home / ତାଜା ଖବର / ଲ୍ୟାଣ୍ଡମାଇନ ବିସ୍ଫୋରଣ ରେ ଜଣେ ଯବାନ ଗୁରୁତର ଆହତ

ଲ୍ୟାଣ୍ଡମାଇନ ବିସ୍ଫୋରଣ ରେ ଜଣେ ଯବାନ ଗୁରୁତର ଆହତ

 

ମାଲକାନଗିରି,୨୧/୦୨/୨୦୨୧ (ଓଡ଼ିଶା ସମାଚାର)- ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକର କର୍ତନପଲ୍ଲୀ ନିକଟସ୍ଥ ଗୋଗପଦର ଗ୍ରାମ ନିକଟସ୍ଥ ଜଙ୍ଗଲରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହେବାଫଳରେ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ମାଲକାନାଗିରି ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କୁ ଅଧିକ ଚିକିତ୍ସା ପାଇଁ ବିଶାଖାପାଟଣା ସ୍ଥାନାନ୍ତରିତ କରାଯିବା ପାଇଁ ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ କର୍ତନପଲ୍ଲୀଠାରେ ଅବସ୍ଥାପିତ ୧୬୦ ବିଏସଏଫ ବାଟାଲିୟନ ଯବାନ କମ୍ବିଙ୍ଗ ଅପରେସନ କରିବାକୁ ଯାଇଥିଲେ। ତେବେ କମ୍ବିଙ୍ଗ ଅପରେସନ ସାରି ଫେରୁଥିବା ବେଳେ ଜଙ୍ଗଲରେ ନକ୍ସଲଙ୍କ ଦ୍ୱାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣ ହେବା ଫଳରେ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି । ଆହତ ଯବାନଙ୍କ ନାମ ଧର୍ମେନ୍ଦ୍ର ସାହୁ । ଏହି ଘଟଣା ପରେ କମ୍ବିଙ୍ଗ ଅପରେସନକୁ ଜୋରଦାର କରାଯାଇଛି । ଓଡ଼ିଶା ସମାଚାର

 

 

Leave a Reply

Your email address will not be published.