Monday , March 27 2023
Breaking News
Home / କୃଷି / ରେଢୁଆରେ ପଶୁ ଚିକିତ୍ସାଳୟ ଖୋଲିବା ପାଇଁ ଦାବି

ରେଢୁଆରେ ପଶୁ ଚିକିତ୍ସାଳୟ ଖୋଲିବା ପାଇଁ ଦାବି

ରଘୁନାଥପୁର, ୨୧/୦୨/୨୦୨୧ (ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ ଅନ୍ତର୍ଗତ ରେଢୁଆ ଠାରେ ଏକ ପଶୁ ଚିକିତ୍ସାଳୟ ଖୋଲିବା ପାଇଁ ଏ ଅଂଚଳର ବୁଦ୍ଧିଜିବୀ ମାନଙ୍କର ଏକ ବୈଠକରେ ଦାବି ହୋଇଥିଲା । ରେଢୁଆ ଅଂଚଳକୁ ଲାଗି ପାଖାପାଖି ୩୦ ଗୋଟି ଗ୍ରାମର ହଜାର  ହଜାର ଦୁଗ୍ଧ ଚାଷୀ ଓ ହଜାର ହଜାର ଗୃହ ପାଳିତ ପଶୁ ଚିକିତ୍ସାରୁ ବଂଚିତ ହେଉଛନ୍ତି । ଏ ଅଂଚଳର ଅନେକ ଦୁଗ୍ଧ ଚାଷୀ ସେମାନଙ୍କର ଗାଈ ମୃତୁ୍ୟ ବରଣ କରୁଥିଲେ ମଧ୍ୟ ସେମାନେ ତାଙ୍କର କ୍ଷତି ପୂରଣ ବର୍ଷ  ବର୍ଷ ଧରି ପାଇପାରୁ ନାହାଁନ୍ତି । ଏଠାରୁ ତିର୍ତୋଲ, ଜଗତସିଂହପୁର ଓ ରଘୁନାଥପୁର ପଶୁ ଚିକିତ୍ସାଳୟ ବହୁ ଦୂରରେ ରହିଥିବାରୁ ପଶୁ ଚିକିତ୍ସା ସେବା ଏ ଅଂଚଳରେ ବିପର୍ଯ୍ୟସ୍ତ ହୋଇପଡିଛି । ସେଥିପାଇଁ ଶିକ୍ଷାବିତ୍ ଅଧ୍ୟାପିକା ଗୀତା ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଶିକ୍ଷାବିତ୍ ପ୍ରାଣକୃଷ୍ଣ ନାୟକ, ସୌଭାଗ୍ୟ ସ୍ୱାଇଁ ସ୍ନେହାଂଶୁ ଜେନା, ସୁକାନ୍ତ ଦିକ୍ଷିତ, ସଞ୍ଜିବ ବେହେରା, ସୂଜୟ ମହାପାତ୍ର, ଶୁଭକାନ୍ତ ସ୍ୱାଇଁ, ଲଳିତ ସ୍ୱାଇଁ, ଦେବୀ ପ୍ରସାଦ ମହାରଣା ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.