Tuesday , March 28 2023
Breaking News
Home / ବିଶେଷ / ମାତୃଭାଷା ଜାତି ଓ ଜାତୀୟତାର ପରିଚୟ

ମାତୃଭାଷା ଜାତି ଓ ଜାତୀୟତାର ପରିଚୟ

ରଘୁନାଥପୁର, ୨୧/୦୨/୨୦୨୧ (ଓଡ଼ିଶା ସମାଚାର)-ମାତୃଭାଷା ଜାତି ଓ ଜାତୀୟତାର ପ୍ରତିକ ଓ ପରିଚୟ । ଭାଷା ହେଉଛି ସାହିତ୍ୟ ସଂସ୍କୃତିର ଆଧାର । ଓଡିଆ ଭାଷା ଓଡିଶାର ମୁଖଶାଳା ବୋଲି ଆଜି ଜାତୀୟ ଭାଷା ସାହିତ୍ୟ ସାଂସ୍କୃତିକ ଅନୁଷ୍ଠାନ ଆଗାମୀ ଓଡିଶା ପକ୍ଷରୁ ସାମନ୍ତରାପୁର ଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ବିଶ୍ୱ ମାତୃଭାଷା ଦିବସ ସମାରୋହରେ ଆଗାମୀ ଓଡିଶା ସଭାପତି ବିଜୟ କୁମାର ସ୍ୱାଇଁ ପୌରୋହିତ୍ୟ କରି ଏହା କହିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ବାଲିକୁଦା କଲେଜର ପ୍ରାଧ୍ୟାପକ ଦେବେନ୍ଦ୍ର ନାଥ ବାରିକ ଯୋଗଦେଇ ଓଡିଆ ଭାଷା ଆଧାରରେ ଭାରତରେ ପ୍ରଥମ ରାଜ୍ୟ ଭାବେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନହୋଇଥିଲା । ଓଡିଆ ଭାଷା ସମଗ୍ର ଦେଶରେ ଷଷ୍ଠ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛି, ତାହା ଓଡିଶାର ଗର୍ବ ଓ ଗୌରବ । ଏ ସମ୍ପର୍କରେ ଓଡିଆ ଜାତୀ ସଚେତନ ହୋଇ ମାତୃଭାଷାକୁ ଭଲ ପାଇଲେ ଓଡିଆ  ଭାଷା ଅମର ହୋଇ ରହିବ । ଏହି ଉସôବରେ ମୁଖ୍ୟ ବକ୍ତା ଭାବେ ମାନସରତ୍ନ ଶରତ କୁମାର ରାଉତରାୟ ଯୋଗଦେଇ ଓଡିଆ ଭାଷା ସୁରକ୍ଷିତ ଓ ପ୍ରସାରିତ ହେଲେ ଓଡିଆ ଜାତିର ଉତକର୍ଷ ଓ ପରିଚୟ ସମଗ୍ର ବିଶ୍ୱରେ ରହିବ । ଏଥିରେ ଏସ୍.ଏନ୍ ଏ କଲେଜର ପୂର୍ବତନ ଅଧ୍ୟକ୍ଷ ଅଜୟ କୁମାର ଦାସ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଓଡିଆ ଭାଷାର ଇତିହାସ ଓଡିଆ ସାହିତ୍ୟର ଉକôର୍ଷ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ ଏବଂ ଓଡିଆ ଭାଷାର ପରିସର ବୃଦ୍ଧି କରିବା ପାଇଁ ସରକାର ପଦକ୍ଷେପ ନେବା ଆବଶ୍ୟକ । ଓଡିଆ ଜାତି ଏସମ୍ପର୍କରେ ସକ୍ରିୟ ସହଯୋଗ କରିବାକୁ ସେ ଆହ୍ୱାନ ଦେଇଥିଲେ । ଏଥିରେ  ଭାରତୀୟ ମହିଳା ଅଧିକାର ଏବଂ ପଶୁ ସୁରକ୍ଷା ରାଜ୍ୟ ସଂଗଠକ ଦିନେଶ ବିଶୋଇ, ସମାଜସେବୀ ଶଶିମିରା ବାରିକ, ଜିଲ୍ଲା ଶିକ୍ଷକ ନେତା ନିର୍ମଳେନ୍ଦୁ ଶୋମ, ସମାଜ ସେବୀ ସଞ୍ଜିବ କୁମାର ସେନାପତି, ସମାଜସେବୀ ଭାଗୀରଥି ସାହୁ ପ୍ରମୁଖ ଯୋଗଦେଇ ବିଦ୍ୟାଳୟ ମାନଙ୍କରେ ଓଡିଆ ଶିକ୍ଷକ ନିଯୁକ୍ତି, ଓଡିଆ ଭାଷାରେ କମ୍ପୁ୍ୟଟର  ବ୍ୟବହାର ବୃଦ୍ଧି ଏବଂ ଓଡିଆ ସାହିତ୍ୟକୁ ଦେଶ ବିଦେଶର ଭାଷାରେ ଅନୁବାଦ କରି ପ୍ରଚଳିତ କରିବାକୁ ଆହ୍ୱାନ ଦେଇଥିଲେ । ଏଥିରେ ଆଗାମି ଓଡିଶା ସମ୍ପାଦକ ଅଧ୍ୟାପକ ଆଶିଷ ଚକ୍ରବର୍ତି ସଦସ୍ୟ ତଥା ପୂର୍ବତନ ବିଆରସିସି ସଦାଶିବ ବିଶ୍ୱାଳ, ଶିକ୍ଷକ ନେତା ଯଦୁନାଥ ଜେନା, ସମାଜସେବୀ ଅଶୋକ କୁମାର ଦାସ, ଅଧ୍ୟାପକ ଭଗବାନ ବିଶ୍ୱାଳ, ଶିକ୍ଷାବିତ୍ ରବିନ୍ଦ୍ର ମହାପାତ୍ର, ଶିକ୍ଷାବିତ୍ ପ୍ରାଣକୃଷ୍ଣ ନାୟକ, ଶିକ୍ଷାବିତ୍ ଶୁରେଶଚନ୍ଦ୍ର ରାଉତ ପ୍ରମୁଖ ଯୋଗଦେଇ ମାତୃଭାଷା ସୁରକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ । ଏଥିରେ ସମାଜସେବୀ ବିଜନ ମହାପାତ୍ର  ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ପଣ୍ଡିତ ପ୍ରଭାତ କିରଣ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ । ଶେଷରେ ଶିକ୍ଷକ ନେତା ଉମେଶ କୁମାର ନାୟକ ଧନ୍ୟବାଦ ଦେଇଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published.