କୋରାପୁଟ ୨୧/୦୨/୨୦୨୧ (ଓଡ଼ିଶା ସମାଚାର)-କୋରାପୁଟ ଜିଲ୍ଲା ଜୟପୁରର କୁମ୍ଭାର ସାହିରେ ପଥରରେ ଛେଚି ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି । ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ହେଉଛନ୍ତି ଚନ୍ଦ୍ର ପରଜା । ତାଙ୍କ ଘର ଜୟପୁରର ମାଳିସାହି କିନ୍ତୁ ସେ ତାଙ୍କ ଶ୍ୱଶୁର ଘର ଲାଲଗୁଡାରେ ରହୁଥିଲେ ।
ମିଳିଥିବା ସୂଚନା ମୁତାବକ ଗତକାଲି ରାତିରେ ଚନ୍ଦ୍ର କିଛି ବ୍ୟକ୍ତିଙ୍କ ସହ ମିଶି ମଦ ପିଇବାକୁ ଯାଇଥିଲେ । ବିଳମ୍ବିତ ରାତି ଯାଏଁ ସେ ଫେରିନଥିଲେ । ଆଜି ସକାଳୁ ତାଙ୍କ ମୃତଦେହ କୁମ୍ଭାରସାହିର ଅଙ୍ଗନବାଡି କେନ୍ଦ୍ର ପାଖରେ ପଡ଼ିଥିବାର ଦେଖାଯାଇଥିବାବେଳେ ପଥରରେ ଛେଚି ତାଙ୍କୁ ହତ୍ୟା କରାଯାଇଛି । ଘଟଣାସ୍ଥଳରୁ ରକ୍ତ ଜୁଡୁବୁଡୁ ପଥର ମିଳିଛି । ଟାଉନ ଥାନାଅଧିକାରୀ ବାଲେଶ୍ୱର ଗିଧି ଓ ଏସଡ଼ିପିଓ ଅରୂପ ଅଭିଷେକ ବେହେରା ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ କାହିଁକି ତାଙ୍କୁ ଏଭଳି ପଥରରେ ଛେଚି ନୃସଂଶ ଭାବେ ହତ୍ୟା କରାଯାଇଛି, ତାହା ଜଣାପଡ଼ିନାହିଁ । ଓଡ଼ିଶା ସମାଚାର