ତାରପୁର,୨୧/୦୨/୨୦୨୧ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ତଅଁରା ପଂଚାୟତ ମୋହନପୁର ଗ୍ରାମର ଧର୍ମପରାୟଣ ମହିଳା ସାବିତ୍ରୀ ରଥଙ୍କର ଶନିବାର ଦିନ ୮୯ ବର୍ଷ ବୟସରେ ପରଲୋକ ହୋଇ ଯାଇଛି । ସେ ପୂର୍ବତନ କିଶନନଗର ନିର୍ବାଚନ ମଣ୍ଡଳୀର ଜନତା ଦଳ ସଭାପତି ସ୍ୱର୍ଗତ ଦୂର୍ଗାଚରଣ ରଥଙ୍କର ସହଧର୍ମିଣୀ ଓ ପ୍ରଖ୍ୟାତ ରାଜନିତୀ ବିଜ୍ଞାନୀ ସ୍ୱର୍ଗତ ଡ଼ ଶ୍ରୀରାମ ଦାଶଙ୍କ କନିଷ୍ଠ ଭଉଣୀ ଥିଲେ । ମୃତ୍ୟୁ ବେଳକୁ ତାଙ୍କ ପାଖରେ ଜ୍ୟେଷ୍ଠ ପୁତ୍ର ଜଗତସିଂହପୁର ଜିଲା କୃଷକ ସଂଗଠନର ଉପଦେଷ୍ଟା ଦିଲିପ କୁମାର ରଥ , କନିଷ୍ଠ ପୁତ୍ର ପ୍ରଦୀପ୍ତ ରଥ, ପୁତୁରା ଖୋର୍ଦ୍ଧା ସିଡ଼ିଭିଡଓ ରଜନୀକାନ୍ତ ରଥ, ଜ୍ୱାଇଁ ସରାଦା ଦୁବେ , ସୁବ୍ରତ ଶତପଥି, ବୋହୁ , ନାତି, ନାତୁଣୀ ଓ ଅନ୍ୟାନ୍ୟ ବନ୍ଧୁ ପରିଜନ ଉପସ୍ତିତ ଥିଲେ । ଜିଲା କୃଷକ ସଂଗଠନର ସମ୍ପାଦକ ଇଂ ବାବାଜୀ ଚରଣ ଜେନା , ସମାଜସେବୀ ପାର୍ଥ ସଖା ପାଲଟାସିଂ, ଚଜିଲା ଯୁବ ବିଜେଡ଼ି ଉପ ସଭାପତି ସରୋଜକାନ୍ତ ସ୍ୱାଇଁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଜତ କୁମାର ପାତ୍ର, ବିଶ୍ୱ ଓଡ଼ିଆ ମହାସଂଘର ସଭାପତି ଡ଼ ସୁରେନ୍ଦ୍ରନାଥ ମହାପାତ୍ର, ବିଜେପି ଯୁବ ନେତା ମାନସ କୁମାର ମହାପାତ୍ର, ସମାଜସେବୀ ବଟକୃଷ୍ଣ ନାୟକ,ରେଢ଼ୁଆର ପୂର୍ବତନ ସରପଂଚ ସୁନୀଲ କୁମାର ଜେନା , ବିଜନ ମହାପାତ୍ର, ଶିକ୍ଷାବିତ ଭଗବାନ ବିଶ୍ୱାଳ,ନୀରଂଜନ ପାତ୍ର, ଶୁଭେନ୍ଦୁ ଆଚାର୍ଯ୍ୟ, ପ୍ରଫୁଲ ମହାପାତ୍ର ପ୍ରମୁଖ ତାଙ୍କ ଶେଷ ଦର୍ଶନ କରିବା ସହିତ ଶୋକ ପ୍ରକାଶ କରିଥିଲେ । କନିଷ୍ଠ ପୁତ୍ର ପ୍ରଦୀପ୍ତ ମୁଖାଗ୍ନୀ ଦେଇଥିଲେ । ଓଡ଼ିଶା ସମାଚାର
Check Also
ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ୧୦୨ତମ ଜୟନ୍ତୀ ପାଳିତ
କଟକ, ୨୭/୦୫/୨୦୨୨ (ଓଡ଼ିଶା ସମାଚାର) : ଆଜି ମନେ ପଡ଼ନ୍ତି ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ବୀର ପୁରୁଷ ସ୍ବର୍ଗତ ନୀଳମଣି …