ଫୁଲବାଣୀ,୨୧/୦୨/୨୦୨୧ (ଓଡ଼ିଶା ସମାଚାର)- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ସ୍ଥିତ ଜଲେଶପଟ୍ଟା ଚକାପାଦ କନ୍ୟାଶ୍ରମ ର ମୁଖ୍ୟ ଜୀବନ ମୁକ୍ତା ନନ୍ଦ ପୁରୀ ବାବା ଙ୍କୁ ହତ୍ୟା ଧମକ ଦିଆଯାଇଥିଲା । ତେବେ ଆଜି ଅଭିଯୁକ୍ତ କୁ ରାୟଗଡ଼ା ବିଷମ କଟକ ଅଂଚଳରୁ ଗିରଫ କରାଯାଇଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ ଯେ ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ ୫ ଟା ସମୟରେ ଏକ ଅଜଣା ଫୋନ କଲ୍ ରେ ଜଲେଶପଟ୍ଟା ଚକାପାଦ କନ୍ୟାଶ୍ରମ ର ମୁଖ୍ୟ ଜୀବନ ମୁକ୍ତା ନନ୍ଦ ପୁରୀ ବାବା ଙ୍କୁ ହତ୍ୟା ଧମକ ଦିଆଯାଇଥିବା ନେଇ ଥାନାରେ ଏତଲା ଦିଆଯାଇଥିଲା। ତେବେ ଏହାର ୨୪ ଘଂଟା ନପୁରୁଣୁ ଆଜି ସକାଳ ପ୍ରାୟ ସାଢ଼େ ୯ ଟାରେ ଦ୍ୱିତୀୟବାର ଫୋନ୍ ରେ ପୁଣି ଧମକ ମିଳିଥିଲା । ୪ଦିନ ମଧ୍ୟରେ ଜୀବନ ମୁକ୍ତା ନନ୍ଦ ପୁରୀ ଙ୍କୁ ହତ୍ୟା କରାଯିବ ଓ ଆଶ୍ରମକୁ ବସ୍ ପକାଇ ଉଡ଼ାଇ ଦିଆଯିବ ବୋଲି ଫୋନ୍ ରେ ଧମକ ମିଳିବା ପରେ ଆଶ୍ରମରେ ଅନ୍ତବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ଅନ୍ୟପକ୍ଷରେ ଗତକାଲି ଥାନାରେ ଅଭିଯୋଗ ହେବା ପରେ ଆଶମ ର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଆଶ୍ରମରେ ଏକ ୮ ଜଣିଆ ସଶସ୍ତ୍ର ସୁରକ୍ଷାବାହିନୀ ପ୍ରହରା ଦେଉଥିବାବେଳେ ବୋମା ନିଷ୍କ୍ରିୟକାରି ଦଳ ଓ ସାଇଂଟିଫିକ୍ ଟିମ୍ ଆଶ୍ରମରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ । ଆଜି ଏହି ଘଟଣା ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ବିଜେପି ର ଏକ ୭ ଜଣିଆ ଦଳ ଜଲେଶପେଟା ଆଶ୍ରମ ଅଭିମୁଖେ ବାହାରିଛନ୍ତି । ଏହି ପ୍ରତିନିଧି ଦଳରେ ମୁକେଶ ମହାଲିଙ୍ଗ, କୁସୁମ ଟେଟେ,ସୁରମା ପାଢ଼ୀ,ବିରଂଚି ତ୍ରିପାଠୀ,ସତ୍ୟବ୍ରତ ପଣ୍ଡା,ଶିଶିର ମିଶ୍ର ଓ କରେନ୍ଦ୍ର ମାଝୀ ସାମିଲ ଅଛନ୍ତି ।
ଆଜି ମଧ୍ୟାହ୍ନରେ ଏସପି ଭିନିତ୍ ଅଗ୍ରୱାଲ ଆଶ୍ରମରେ ପହଂଚି ଆଶ୍ରମର ସୁରକ୍ଷା ବ୍ୟବସ୍ଥା ଆଦି ଅନୁଧ୍ୟାନ କରିଥିଲେ । ତେବେ ମୁଖ୍ୟ ଅଭିଯୁକ୍ତ କୁ ରାୟଗଡ଼ା ବିଷମ କଟକ ଅଂଚଳରୁ ଗିରଫ କରାଯାଇ ତୁମୁଡ଼ିବନ୍ଧ ଅଣାଯାଉଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ ଯେ ଗତ ୨୦୦୮ ମସିହା ଅଗଷ୍ଟ ମାସରେ ଜଲେଶପଟ୍ଟା ଚକାପାଦ କନ୍ୟାଶ୍ରମ ର ତତକାଳିନ ମୁଖ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ଏକ ପତ୍ର ମାଧ୍ୟମରେ ହତ୍ୟା ଧମକ ଦିଯାଇଥିଲା ଓ ତାହାର ଗୋଟିଏ ଦିନ ପରେ ତାଙ୍କୁ ଆଶ୍ରମ ପରିସରରେ ହତ୍ୟା କରାଯାଇଥିଲା । ଏହି ହତ୍ୟାକୁ ନେଇ କନ୍ଧମାଳ ଜିଲାରେ ଦଙ୍ଗା ସୃଷ୍ଟି ହୋଇଥିଲା । ପରେ ଜଲେଶପଟ୍ଟା ଚକାପାଦ କନ୍ୟାଶ୍ରମ ର ପରବର୍ତି ଦାୟିତ୍ୱରେ ଜୀବନ ମୁକ୍ତା ନନ୍ଦ ପୁରୀ ଅଛନ୍ତି । ଓଡ଼ିଶା ସମାଚାର
Home / ତାଜା ଖବର / ତାଜା ଖବର : ଜଲେଶପଟ୍ଟା ଚକାପାଦ କନ୍ୟାଶ୍ରମ ର ମୁଖ୍ୟ ଜୀବନ ମୁକ୍ତା ନନ୍ଦ ପୁରୀ ବାବା ଙ୍କୁି ହତ୍ୟା ଧମକ ଘଟଣାର ଅଭିଯୁକ୍ତ ଗିରଫ