ବିଜେପିର ୭ ଜଣିଆ ପ୍ରତିନିଧି ଦଳ ଅନୁଧ୍ୟାନ ପାଇଁ ଗଲେ
ଭୁବନେଶ୍ୱର, ୨୧/୦୨/୨୦୨୧ (ଓଡ଼ିଶା ସମାଚାର)- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ସ୍ଥିତ ଜଲେଶପଟ୍ଟା କନ୍ୟାଶ୍ରମ ର ମୁଖ୍ୟ ଜୀବନ ମୁକ୍ତା ନନ୍ଦ ପୁରୀ ବାବା ଙ୍କୁ ଗତକାଲି ଏକ ଅଜଣା ଫୋନ କଲ୍ ରେ ହତ୍ୟା ଧମକ ଦିଆଯାଇଥିବା ନେଇ ଥାନାରେ ଏତଲା ଦିଆଯାଇଥିଲା। ତେବେ ଏହାର ୨୪ ଘଂଟା ନପୁରୁଣୁ ଦ୍ୱିତୀୟବାର ଫୋନ୍ ରେ ପୁଣି ଧମକ ମିଳିଛି । ୪ଦିନ ମଧ୍ୟରେ ଜୀବନ ମୁକ୍ତା ନନ୍ଦ ପୁରୀ ଙ୍କୁ ହତ୍ୟା କରାଯିବ ବୋଲି ଫୋନ୍ ରେ ଧମକ ଦିଆଯାଇଥିବାବେଳେ ୨୪ ଘଂଟା ମଧ୍ୟରେ ପୁଣି ଦ୍ୱିତୀୟବାର ଧମକ ମିଳିବା ପରେ ଆଶ୍ରମରେ ଅନ୍ତବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି ।
ଅନ୍ୟପକ୍ଷରେ ଆଶମ ର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଆଶ୍ରମରେ ସଶସ୍ତ୍ର ସୁରକ୍ଷାବାହିନୀ ପ୍ରହରା ଦେଉଥିବାବେଳେ ବୋମା ନିଷ୍କ୍ରିୟକାରି ଦଳ ପଠାଯାଇଛି । ଆଜି ଏହି ଘଟଣା ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ବିଜେପି ର ଏକ ୭ ଜଣିଆ ଦଳ ଜଲେଶପେଟା ଆଶ୍ରମ ଅଭିମୁଖେ ବାହାରିଛନ୍ତି । ଏହି ପ୍ରତିନିଧି ଦଳରେ ଦୁଇ ଜଣ ପୂର୍ବତନ ବିଧାୟକ ସୁରମା ପାଢ଼ୀ ଓ କରେନ୍ଦ୍ର ମାଝୀ ସାମିଲ ଅଛନ୍ତି । ଓଡ଼ିଶା ସମାଚାର