ଖୋର୍ଦ୍ଧା, ୨୧/୦୨/୨୦୨୧ (ଓଡ଼ିଶା ସମାଚାର)- ୧୦୮ ଅମ୍ବୁଲାନ୍ସ କର୍ମଚାରୀଙ୍କୁନେଇ ଖୋର୍ଦ୍ଧା ଡ଼ିଏଚଏଚରେ ଏକ ଟାଉନ ହଲ୍ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଖୋର୍ଦ୍ଧା ଜିଲ୍ଲାର ଅଧିକାଂଶ ୧୦୮ କ୍ରିୟୁମାନେ ଯୋଗଦେଇଥିଲେ । ଉକ୍ତ ବୈଠକରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ କିପରି ସୁରକ୍ଷିତ ଭାବରେ ଏବଂ ଟ୍ରାଫିକ ନିୟମ ମାନି ଗାଡ଼ି ଚଲାଇବେ, ରୋଗୀ ମାନଙ୍କୁ ସଠିକ୍ ସମୟରେ ଡ଼ାକ୍ତରଖାନାରେ ପହଂଚାଇପାରିବେ ସେଥି ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଛି ।
ଉକ୍ତ କାର୍ଯ୍ୟକ୍ରମରେ ଜିକିତ୍ସା ହେଲଥ କେୟାର ଲିମିଟେଡ଼ର ଓଡ଼ିଶା ରାଜ୍ୟ ମୁଖ୍ୟ, ଶ୍ରୀଯୁକ୍ତ ସବ୍ୟସାଚ୍ଚୀ ବିଶ୍ୱାଳ, ଉପସ୍ଥିତରହି ଓଡ଼ିଶାରେ କିପରି ସମସ୍ତ ରୋଗୀଙ୍କ ନିକଟରେ ୧୦୮ ଆମ୍ବୁଲାନ୍ସ ସେବା ପହଂଚା ଯାଇପାରିବ ସେଥି ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ଏହା ସହିତ କୌଣସିବି ଗରିବ ତଥା ଅଧ୍ୟୁଷିତ ଅଂଚଳର ରୋଗୀ ଯେପରି ୧୦୮ ଆମ୍ବୁଲାନ୍ସ ସେବାରୁ ବଂଚିତ ନହୁଏ ସେଥିପ୍ରତି ମଧ୍ୟ କର୍ମଚାରୀ ମାନଙ୍କୁ ଦୃଷ୍ଟି ଦେବାକୁ ପ୍ରଶିକ୍ଷଣ ଦିଆଯାଇଛି । ଉକ୍ତ ବୈଠକରେ ବିଭିନ୍ନ ପ୍ରଶିକ୍ଷଣ ସହିତ ଆମ୍ବୁଲାନ୍ସ ସେବା ପ୍ରଦାନ କରିବା ସମୟରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା କିଛି କର୍ମଚାରୀ ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି । ଯାହା ମାଧ୍ୟମରେ ପୁରସ୍କୃତ ହୋଇଥିବା କିଛି କର୍ମଚାରୀଙ୍କୁ ଦେଖି ଅନ୍ୟ କର୍ମୀମାନେ ଅନୁପ୍ରାଣିତହୋଇ ଭଲ କାମ କରିବା ପାଇଁ ଉସôାହିତ ହୋଇପାରିବେ ସେଥି ନିମନ୍ତେ ଧ୍ୟାନ ଦିଆଯାଇଛି । ଓଡ଼ିଶା ସମାଚାର