Wednesday , March 29 2023
Home / ବିଶେଷ / କରୋନା ନିୟମ କଡ଼ାକଡ଼ି ପାଇଁ ସମସ୍ତ ଜିଲ୍ଲାପାଳ, ମୁନିସପାଲ କମିସନର ଓ ଏସପିଙ୍କୁ ଏସଆରସି ଙ୍କ  ଚିଠି

କରୋନା ନିୟମ କଡ଼ାକଡ଼ି ପାଇଁ ସମସ୍ତ ଜିଲ୍ଲାପାଳ, ମୁନିସପାଲ କମିସନର ଓ ଏସପିଙ୍କୁ ଏସଆରସି ଙ୍କ  ଚିଠି

ଭୁବନେଶ୍ୱର, ୨୧/୦୨/୨୦୨୧ (ଓଡ଼ିଶା ସମାଚାର)- କରୋନା ନିୟମ କଡ଼ାକଡ଼ି ପାଇଁ ସମସ୍ତ ଜିଲ୍ଲାପାଳ, ମୁନିସପାଲ କମିସନର ଓ ଏସପିଙ୍କୁ ଚିଠି ଲେଖିଲେ ଏସଆରସି । କିଛି ରାଜ୍ୟରେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନିୟମ କଡ଼ାକଡ଼ି ପାଇଁ ନିର୍ଦ୍ଦେଶ ରହିଛି । ମାସ୍କ ବ୍ୟବହାର, ସାନିଟାଇଜର ବ୍ୟବହାର ଓ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯାଇଛି । ସର୍ବସାଧାଣ ସ୍ଥାନ, ଅନୁଷ୍ଠାନ ଓ କାର୍ଯ୍ୟାଳୟରେ କୋଭିଡ଼ ନିୟମ କଡ଼ାକଡ଼ି ହେବ । ଏନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ସ୍ଥିତି ଉପରେ ନଜର ରଖିବେ । ବଜାର ଓ ହାଟରେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରାଯିବ ।

ତେବେ ଅଙ୍ଗନୱାଡ଼ି ଓ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ବିଶୋଧନ ଉପରେ ଗୁରୁତ୍ୱ ଦିଆଯିବ । ସ୍କୁଲରେ ଥର୍ମାଲ ସ୍କ୍ରିନିଂ, ହ୍ୟାଣ୍ଡୱାସ ଓ ସାନିଟାଇଜର ଉପରେ ଗୁରୁତ୍ୱ ଦିଆଯିବ । କୌଣସି ଲୋକଙ୍କ ପାଖରେ ଲକ୍ଷଣ ଦେଖାଦେଲେ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ଜଣାଇବା ପାଇଁ ନିର୍ଦ୍ଦେଶ ରହିଛି । ବିବାହ, କ୍ରୀଡ଼ା, ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ଥିଲେ ମଧ୍ୟ କରୋନା ନିୟମ ମାନିବାକୁ ନିର୍ଦ୍ଦେଶ ରହିଛି । ହୋଟେଲ, ରେଷ୍ଟୁରାଂଟ ଓ ଢାବା ଉପରେ ନଜର ରଖିବେ ପୁଲିସ । ଜିଲ୍ଲାର ବିଭିନ୍ନ ସ୍ଥାନ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବେ ବରିଷ୍ଠ ଅଧିକାରୀ । ଏହି ଚିଠିରେ ଲେଖା ଯାଇଛି ଯେ, ଅନେକ ସ୍ଥାନରେ ଲୋକେ ଆଉ କରୋନା ନିୟମ ମାନୁ ନାହାଁନ୍ତି ଏବଂ ଏହାକୁ ହାଲୁକା ଭାବେ ନେଉଛନ୍ତି । ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ଏବଂ କରୋନାର କିଛି ନୂଆ ଷ୍ଟ୍ରେନ୍ ଚିହ୍ନଟ ହୋଇଥିବା ନେଇ ଏଥିରେ ଲେଖାଯାଇଛି । କରୋନାର ନୂଆ ନୂଆ ଷ୍ଟ୍ରେନ୍ ଏବଂ ପଡ଼ୋଶୀ ରାଜ୍ୟରେ ବଢ଼ୁଥିବା ସଂକ୍ରମଣ, କରୋନାକୁ ନେଇ ପୁଣି ଥରେ ଚିନ୍ତା କରିବାର ସମୟ ଆଣି ଦେଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.