Saturday , April 1 2023
Breaking News
Home / ତାଜା ଖବର / ଓପିଟିସିଏଲ କଣ୍ଟାବଣିଆ ପାୱାର ଗ୍ରୀଡ଼ ଷ୍ଟେସନରେ ଅଗ୍ନିକାଣ୍ଡ

ଓପିଟିସିଏଲ କଣ୍ଟାବଣିଆ ପାୱାର ଗ୍ରୀଡ଼ ଷ୍ଟେସନରେ ଅଗ୍ନିକାଣ୍ଡ

ଢେଙ୍କାନାଳ,୨୧/୦୨/୨୦୨୧ (ଓଡ଼ିଶା ସମାଚାର)-ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ସ୍ଥିତ ଓଡିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ ଲିମିଟେଡ଼ ବା ଓପିଟିସିଏଲ ପାୱାର ଗ୍ରୀଡ଼ ଷ୍ଟେସନରେ ଅଗ୍ନିକାଣ୍ଡ ଘଟିଛି । ସେଠାରେ ଥିବା ୩ ଟି ଷ୍ଟ୍ରକଚର ମଧ୍ୟରୁ ରବିବାର ସକାଳ ପ୍ରାୟ ସାଢ଼େ ୮ ଟା ସମୟରେ ଗୋଟିଏ ଷ୍ଟ୍ରକଚର ର ଟ୍ରାନ୍ସଫରମର ଫାଟିବା ଫଳରେ ଏହି ନିଆଁ ଲାଗିଛି । ନିଆଁକୁ ଆୟତ କରିବା ପାଇଁ ସ୍ଥାନୀୟ ଟାଟା ଷ୍ଟିଲ, ଜିଏମଆର, ନବଭାରତ, ଏମଜିଏମ ଆଦି କାରଖାନାର ସମସ୍ତ ଦମକଳ ବାହିନୀ ସହ ବନରପଲ, ହିନ୍ଦୋଳରୋଡ଼, ଅନୁଗୁଳ, ଖଜୁରିଆକଟା ଆଦିର ଅନ୍ୟୁନ ୧୧ରୁ ଅଧିକ  ଦମକଳ ବାହିନୀ ପହଂଚି ୩ ଘଂଟାକାଳ ପରିଶ୍ରମ କରି ନିଆଁ କୁ ଆୟତ କରିଛନ୍ତି ।  ନିଆଁରେ ପାୱାର ଗ୍ରୀଡ଼ ଟ୍ରାନ୍ସଫରମର ଗୁଡିକ ଜଳି ସେଗୁଡିକର  ଅଏଲ ରେ ନିଆଁ ଲାଗିଯାଇଥିବାରୁ ତାହା ହୁତୁ ହୁତୁ ହୋଇଜଳୁଥିଲା । ସେ ମଧ୍ୟକୁ ଗଣମାଧ୍ୟମ କୁ ଛଡ଼ାଯାଇନଥିବାରୁ ଅଧିକ ତଥ୍ୟ ଜଣାପଡ଼ୁନାହିଁ ।  ଏହି ଅଗ୍ନିକାଣ୍ଡରେ ଓପିଟିସିଏଲ ର କୋଟି କୋଟି ଟଙ୍କାର ସମ୍ପତି ନଷ୍ଟ ହେବାର ସମ୍ଭାବନା ରହିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.