ରଘୁନାଥପୁର, ୨୧/୦୨/୨୦୨୧ (ଓଡ଼ିଶା ସମାଚାର)-ଉତ୍କଳ ବିକାଶ ପରିଷଦ ପକ୍ଷରୁ ଚାନ୍ଦୁଲିସ୍ଥିତ ବଳିବାମନ ପୀଠରେ କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ପକ୍ଷରୁ ସାରସ୍ୱତ ପ୍ରତିଭା ସମ୍ମାନ ସମାରୋହରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ପାଇଁ ଆଜକୁ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଆସୁଥିବା ଆଗାମୀ ଓଡିଶା ଅନୁଷ୍ଠାନକୁ ସମ୍ମାନୀତ କରାଯାଇଥିଲା । ଅନୁଷ୍ଠାନର ସଭାପତି ବିଜୟ କୁମାର ସ୍ୱାଇଁଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏଥିରେ ରାଜ୍ୟର ୧୫୦ ଜଣ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ, ସାମ୍ବାଦିକ ସାହିତ୍ୟ ସାଧକ, ସାମାଜିକ ସଂଗଠନ, ସମାଜସେବୀ, ରକ୍ତଦାତା କୃଷକ, କୃଷି ବିଜ୍ଞାନୀ, ସଂକୀର୍ତନ ମଣ୍ଡଳୀ, କୃତି ଶକ୍ଷିକ ମାନଙ୍କୁ ସମ୍ବର୍ଦ୍ଧିିତ କରାଯାଇଥିଲା । ଉତ୍କଳ ବିକାଶ ପରିଷଦ ସଭାପତି ସମାଜସେବୀ ଇଂ. ପ୍ରକାଶ ଚନ୍ଦ୍ର ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମ୍ମାନୀତ ଅତିଥି ଭାବେ ସାହିତ୍ୟିକ ସମରେନ୍ଦ୍ର ବଳିଆର ସିଂହ, ଓ. ଟିଭି ସାମ୍ବାଦିକ ଲକ୍ଷ୍ମୀକାନ୍ତ ବାଗ, ସାମ୍ବାଦିକ ରୁପାଲି ମହାପାତ୍ର, ସାମ୍ବାଦିକ ସତ୍ୟବ୍ରତ ଦାସ, ନାଟ୍ୟକାର ଗୁରୁ ଅଶୋକ କୁମାର ପଟ୍ଟନାୟକ, ନାରୀନେତ୍ରୀ ପ୍ରତିଭା ସତପଥି, ପ୍ରଧ୍ୟାପକ ପ୍ରଫୁଲ୍ଲ ଦାସ ଯୋଗଦେଇ ଥିଲେ । ସମାଜସେବୀ ଶ୍ରୀକାନ୍ତ ବେଉରା ପରିଚାଳନା କରିଥିଲେ । ଓଡ଼ିଶା ସମାଚାର