Saturday , April 1 2023
Breaking News
Home / ବିଶେଷ / ରାଢଙ୍ଗ ଗ୍ରାମରେ ୧୫ ଜଣଙ୍କ ଘରେ ଚୋରି ଉଦ୍ୟମ 

ରାଢଙ୍ଗ ଗ୍ରାମରେ ୧୫ ଜଣଙ୍କ ଘରେ ଚୋରି ଉଦ୍ୟମ 

ରଘୁନାଥପୁର, ୨୦/୦୨/୨୦୨୧ (ଓଡ଼ିଶା ସମାଚାର)- ରଘୁନାଥପୁର ଥାନା ଅନ୍ତର୍ଗତ ରାଢଙ୍ଗ ଗ୍ରାମରେ ଗତ କାଲି ବିଳମ୍ବିତ ରାତିରେ ୧୫ ଜଣଙ୍କ ଘରେ ର୍ଦୁବୁତମାନେ ପଶି ଚୋରି ଉଦ୍ୟମ କରିଥିଲେ । ଘର ଲୋକମାନେ ଉଠି ପଡି ପାଟି କରିବାରୁ ଗ୍ରାମବାସୀମାନେ ଏକଜୁଟ ହୋଇ ଯିବା ଦେଖି ଦୁର୍ବୁତ ମାନେ ଖସି ପଳାଇଥିଲେ । ପ୍ରକାଶ ଥାଉକି, ରାଢଙ୍ଗ ଗ୍ରାମରେ ଚୋରାମଦ, ବ୍ରାଉନ ସୁଗାର ବେପାର ବ୍ୟାପକ ଚିଲିଥିବାରୁ ଯୁବ ଗୋଷ୍ଠୀ ମାନେ ବ୍ରାଉନ ସୁଗାର ଓ ମଦ ପାଇଁ ଅର୍ଥ ନିମନ୍ତେ ବିଳମ୍ବିତ ରାତିରେ ଗ୍ରାମର ବିଭିନ୍ନ ଲୋକଙ୍କ ଘରେ ପଶି ଚୋରି କରୁଛନ୍ତି ବୋଲି ଗ୍ରାମବାସୀମାନେ ଆଜି ଆସି ରଘୁନାଥପୁର ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଅଭିଯୋଗରେ ଗ୍ରାମବାସୀ ମାନେ ଦର୍ଶାଇ ଛନ୍ତି ଯେ, ଗ୍ରାମକୁ ଆସୁଥିବା ବିଭିନ୍ନ ଫେରି ବେପାର ନାମରେ ବ୍ୟବସାୟ କରୁଥିବା ଅସାମାଜିକ ଯୁବକ ମାନେ ରାତିରେ ଆସି ବିଭିନ୍ନ ଘରେ ଚୋରି କରୁଛନ୍ତି । ରାଢଙ୍ଗ ଗ୍ରାମପଂଚାୟତରେ  ରାତି ପୋଲିସ୍ ପେଟ୍ରୋଲିଂକୁ କଡାକଡି କରିବା ସହିତ ଚୋରା ମଦ ଓ ବ୍ରାଉନ୍ସୁଗାର ବେପାର ବିରୁଦ୍ଧରେ ଦ୍ରୁଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମର ପୂର୍ବତନ ସରପଂଚ କୃଷକ ନେତା ଦେବୀ ପ୍ରସାଦ ମହାରଣା, ସୁକାନ୍ତ କୁମାର ପାଳ, ଶଶି ଭୁଷଣ ରାଉତ, ତପନ ପାଳ, ଶାରଦା ଜେନା, ସୁରେଶ ତାରେଣୀଆ, ସୂର୍ଯ୍ୟକାନ୍ତ ନାୟକ, ଶାନ୍ତିଲତା ପାଳ, ଘନ ସେଠୀ, ଗେଣ୍ଡୁପାଳ ତପନ ପାଳ, ସୁନିଲ ସ୍ୱାଇଁ, ଅନିଲ ନାୟକ, କାନ୍ତିବାଲା ପାଲ ପ୍ରମୁଖ ରଘୁନାଥପୁର ଥାନାରେ ଆଜି ଏକ ଲିଖିତ ଅଭିଯୋଗ ଦେଇଛନ୍ତି ।  ଓଡ଼ିଶା ସମାଚାର

Leave a Reply

Your email address will not be published.