Wednesday , March 29 2023
Home / ବିଶେଷ / ମା ଟଙ୍କପାଣି ଠାକୁରାଣୀଙ୍କ ମନ୍ଦିର ପ୍ରତିଷ୍ଠା 

ମା ଟଙ୍କପାଣି ଠାକୁରାଣୀଙ୍କ ମନ୍ଦିର ପ୍ରତିଷ୍ଠା 

ଗରଦପୁର, ୨୦/୦୨/୨୦୨୧ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ରାମଚନ୍ଦ୍ରପୁର ପଂଚାୟତ ପନ୍ଦିଆ ଗ୍ରାମର ମା ଟଙ୍କପାଣି ଠାକୁରାଣୀଙ୍କ ନବ ନିର୍ମିତ ମନ୍ଦିର ର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ୩ ଦିନ ବ୍ୟାପୀ ବ୍ରାହ୍ମଣ ପଣ୍ଡିତଙ୍କ ଦ୍ୱାରା ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏଥି ସହିତ ୪ର୍ଥ ପ୍ରହର ନାମ ଯଜ୍ଞ ଓ ନଗର ସଂଙ୍କିର୍ତନ ଠାକୁରାଣୀଙ୍କ ମନ୍ଦିର ପରିକ୍ରମା କରିଥିଲା । ପବିତ୍ର ଚିତ୍ରୋତ୍ପଳା ନଦୀ ତଟରେ ନିର୍ମିତ ଏହି ଠାକୁରାଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଗ୍ରାମବାସୀମାନେ ସାମିଲ ହେବା ସହିତ ପ୍ରତ୍ୟେକ ପରିବାରରେ ହବିଷ୍ୟ ପାଳନ କରାଯାଇଥିଲା । ଏହି ଧମିିୟ କାର୍ଯ୍ୟକ୍ରମରେ କଟକସ୍ଥିତ ଷ୍ଟୁଆଟ ମହାବିଦ୍ୟାଳୟର ଡ଼ ପ୍ରଫେସର ସାଦା ପ୍ରସନ୍ନ କର ମାତୃକୃପା ସମ୍ପର୍କରେ ଆଲୋକପାତ କରି ଶ୍ରଦ୍ଧାଳୁଙ୍କୁ ପ୍ରବଚନ ଦେଇଥିଲେ । ଶ୍ରଦ୍ଧାଳୁ ମାନଙ୍କୁ ଅନ୍ନ ପ୍ରସାଦ ପରିବେଷଣ କରାଯାଇଥିଲା ।  ଓଡ଼ିଶା ସମାଚାର

Leave a Reply

Your email address will not be published.