Thursday , March 23 2023
Home / ସ୍ୱାସ୍ଥ୍ୟ / ବାଲିଗୁଡା ଠାରେ ତୃତୀୟ ପର୍ଯ୍ୟାୟ କୋଭିଡ ଟିକକରଣ

ବାଲିଗୁଡା ଠାରେ ତୃତୀୟ ପର୍ଯ୍ୟାୟ କୋଭିଡ ଟିକକରଣ

ବାଲିଗୁଡା, ୨୦/୦୨/୨୦୨୧ (ଓଡ଼ିଶା ସମାଚାର /ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ କାର୍ୟ୍ୟାଳୟ ଠାରେ ଆରମ୍ଭ ହୋଇଛି ତୃତୀୟ ପର୍ୟ୍ୟାୟ କୋଭିଡ ଟୀକା କରଣ କାର୍ୟ୍ୟକ୍ରମ  ।  ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲିଗୁଡା ଉପଜିଲ୍ଲାପାଳ ଡ଼.ଶୁଭଙ୍କର ମହାପାତ୍ର ଯୋଗଦେଇ ଆନୁଷ୍ଠାନିକ ଭାବେ  ଉଦଘାଟନ କରାଯିବା ସହ ଟୀକା କରଣ କାର୍ୟ୍ୟକ୍ରମ ଆରମ୍ଭ କରାଯାଇଥିଲା ।  ଉପଜିଲ୍ଲାପାଳ ବ୍ଲକ କାର୍ୟ୍ୟାଳୟ ଠାରେ ସ୍ଥାପନ କରାଯାଇଥିବା ଟୀକା କରଣ କେନ୍ଦ୍ରକୁ ଯାଇ ସେଠାରେ ପ୍ରଥମ କୋଭିଡ ଟୀକା ନେଇଥିଲେ ପରେ ବାଲିଗୁଡା ବି.ଡି.ଓ ଜଗଦିଶ ଷଢଙ୍ଗୀ ଙ୍କ ସମତ ବ୍ଲକ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି କୋଭିଡ ଟୀକା ନେଇଥିଲେ  ।  ସହକାରୀ ଜିଲ୍ଲାପାଳ ହଳଧର ନାୟକ ନିଜେ ଟୀକା ନେବା ସହିତ ସମସ୍ତ କର୍ମଚାରୀ ଙ୍କୁ ଟୀକା ନେବାପାଇଁ ପ୍ରୋତ୍ସାହନ ଦେଇଛନ୍ତି  ।  ବାଲିଗୁଡାର ତିନୋଟି  କେନ୍ଦ୍ର ରେ ମୋଟ ୪୫୩ ଜଣଙ୍କୁ ଟୀକା ଦିଆଯାଇଥିଲା ।   ଟୀକା ନେବାପରେ ସମେସ୍ତ ସୁସ୍ଥ ଅଛନ୍ତି ବୋଲି ଉପଖଣ୍ଡ ଚିକିତ୍ସାଳୟ ଅଧିକାରୀ ବିଜୟ କୁମାର ସୁର ସୂଚନା ପ୍ରଦାନ  କରିଛନ୍ତି   । ଓଡ଼ିଶା ସମାଚାର

 

Leave a Reply

Your email address will not be published.