କଟକସଦର,୨୦/୦୨/୨୦୨୧(ଓଡିଶା ସମାଚାର/ଅଭୟ ଜେନା): କଟକ ନଗର ପୂର୍ବାଞ୍ଚଳ ଉନ୍ନୟନ ସମିତି ଜିଲ୍ଲା ପାଳଙ୍କ ସମ୍ମୁଖରେ ରଖିଥିବା ଯୁକ୍ତି ଓ ଅଞ୍ଚଳର ବିକାଶ ପାଇଁ ଦାବିକୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ସମର୍ଥନ ରହିଛି ବୋଲି ଭାଜପା ନେତା ଦିଲ୍ଲୀପ ମଲ୍ଲିକ ପ୍ରକାଶ କରିଛନ୍ତି। ଦୀର୍ଘ କୋଡ଼ିଏ ବର୍ଷ ଧରି କଟକ ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମହାନଗର ନିଗମର ୱ।ଡ଼ ନଂ -୫୦,୫୧,୫୬,୫୭,୫୮,୫୯ ସମୁଦାୟ ଛଅ ଗୋଟି ୱ।ଡ୍ କୁ ସର୍ବଦା ଅଣ ଦେଖା କରିଆସିଛି ପ୍ରଶାସନ। ନୂଆପଡ଼ା ଅଞ୍ଚଳରେ ବସ୍ତି ବାସିନ୍ଦାଙ୍କୁ ଥଇଥାନ ନିଷ୍ପତ୍ତି ପ୍ରସଙ୍ଗରେ ଜିଲ୍ଲା ପ୍ରଶାସନ ପାଖରେ କଟକ ନଗର ପୂର୍ବାଞ୍ଚଳ ଉନ୍ନୟନ ସମିତି ର ସଦସ୍ୟ ଅଞ୍ଚଳର ମୁରବି ମାନେ ଅଭିଯୋଗ ଓ ଯୁକ୍ତି ଗତ ପ୍ରସଙ୍ଗରେ ଆଲୋଚନା କଲାବେଳେ ଜିଲ୍ଲାପାଳ ପ୍ରଶାସନ ସହ ଲଢେ଼ଇ କର ନାହିଁ ବୋଲି ଧମକ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ପ୍ରଶାସନ ଓ ଜିଲ୍ଲାପାଳ ଜିଲ୍ଲା ର ନାଗରିକ ଙ୍କୁ ସେବା ସୁବିଧା ଓ ସୁରକ୍ଷା ଯୋଗାଇବା ପ୍ରଥମ ଦାଇତ୍ୱ ରହିଥିଲା ବେଳେ ଲୋକଙ୍କୁ ପ୍ରଶାସନ ର ଡର ଦେଖାଇବା ଜିଲ୍ଲାପାଳଙ୍କୁ ଶୋଭା ପାଉନଥିବା ଶ୍ରୀ ମଲ୍ଲିକ ଯୁକ୍ତି କରିଛନ୍ତି । ନୂଆପଡ଼ା ଠାରେ ୧୦ ବର୍ଷ ତଳୁ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ସ୍ଥାନ କୁ ସମତୁଲ କରି ସ୍ଥାନାନ୍ତର କରିବା ଫାଇଲ୍ କାହିକି ପଡ଼ିରହିଛି ବୋଲି ପ୍ରଶ୍ନ କରିଛନ୍ତି। ସ୍ଥାନୀୟ ଅଞ୍ଚଳ ବାସି ଓ ଅଭିଭାବକ ବାରମ୍ବାର ଜିଲ୍ଲାପାଳଙ୍କ ଅଫିସ୍ କୁ ଦଉଡ଼ି ଦଉଡ଼ି କୌଣସି ସୁଫଳ ମିଳିନାହିଁ। ସେହିପରି ସହର ମଧ୍ୟରୁ ବସ୍ତି ବାସିନ୍ଦାଙ୍କୁ ଉଠାଇ ସହର ଉପକଣ୍ଠରେ ଥଇଥାନ କରାଯିବା ସହିତ ନୂଆପଡ଼ା ଓ ସାର୍ତ୍ତୋଳ ଅଞ୍ଚଳ ରେ ଥିବା ସମସ୍ୟା ର ସମାଧାନ ଦିଗରେ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଶ୍ରୀ ମଲ୍ଲିକ ଦାବି କରିଛନ୍ତି। ଓଡ଼ିଶା ସମାଚାର