Sunday , March 26 2023
Breaking News
Home / ବିଶେଷ / ଘରପୋଡ଼ି ବିପନ୍ନ ଙ୍କୁ ସହାୟତା  

ଘରପୋଡ଼ି ବିପନ୍ନ ଙ୍କୁ ସହାୟତା  

ଗରଦପୁର, ୨୦/୦୨/୨୦୨୧ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମର ୭ ନମ୍ବର ୱାର୍ଡ଼ରେ ଥିବା ଉମାକାନ୍ତ ନାୟକଙ୍କ ୨ ବଖରା ଆଜବେଷ୍ଟସ ଘର ବିଦ୍ୟୁତ ସଟ ସର୍କିଟ ଯୋଗୁ ଆଜି ସମ୍ପୂର୍ଣ୍ଣ ପୋଡ଼ି ନଷ୍ଟ ହୋଇ ଯାଇଛି । ଘରେ ଥିବା ସମସ୍ତ ଆସବାବ ପତ୍ର ପୋଡ଼ି ଛାରଖାର ହୋଇ ଯାଇଛି । ଗରଦପୁର ଅଗ୍ନିଶମ ବିଭାଗ କର୍ମଚାରୀ ପହଂଚି ନିଆଁକୁ ଆୟତ କରିଥିଲେ । ଖବର ପାଇ ସମାଜସେବୀ ତଥା ପ୍ରାଧ୍ୟାପକ ଅଜୟ କୁମାର ରାଉତ ପହଂଚି ବିପନ୍ନ ପରିବାରକୁ ସମବେଦନା ଜଣାଇବା ସହିତ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଏହି ସମୟରେ ପ୍ରଶାନ୍ତ ସାମନ୍ତରାୟ,ଉପେନ୍ଦ୍ର ସାହୁ,ଲିପୁ ପରିଡ଼ା, ଗୋଲକ ନାଥ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.