Thursday , May 26 2022
Breaking News
Home / କ୍ରୀଡ଼ା / ଗୋଲଡେନ୍ କ୍ରିକେଟ କ୍ଳବ ପକ୍ଷରୁ ଦୁଇ ଦିନିଆ କ୍ରିକେଟ ଟୁନାମେଣ୍ଟ ଉଦଯାପିତ

ଗୋଲଡେନ୍ କ୍ରିକେଟ କ୍ଳବ ପକ୍ଷରୁ ଦୁଇ ଦିନିଆ କ୍ରିକେଟ ଟୁନାମେଣ୍ଟ ଉଦଯାପିତ

କଟକ, ୨୦/୦୨/୨୦୨୧ (ଓଡ଼ିଶା ସମାଚାର)- କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଇଶାଣିବ୍ରହ୍ମପୁର ପଂଚାୟତ ଉପକଣ୍ଠ ମଙ୍ଗଦେଇପୁର ଗ୍ରାମର ମା’ ବନଦୁର୍ଗା ଖେଳ ପଡିଆରେ ଗୋଲଡେନ୍ କ୍ରିକେଟ କ୍ଳବ ପକ୍ଷରୁ ଆୟୋଜିତ ଦୁଇ ଦିନିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ୧୨ଟି ଦଳ ଅଂଶଗ୍ରହଣ କରି ଅନ୍ତିମ ମ୍ୟାଚ୍ରେ ୧୧ ଷ୍ଟାର କିଶନନଗର ଓ ପାଟଣା କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇ ଶେଷରେ ୧୧ ଷ୍ଟାର କିଶନନଗର ୧୨୬ ରନ କରି ବିଜୟୀ ହୋଇଥିବା ବେଳେ ପାଟଣା କ୍ରିକେଟ ରନରସକପ ଲାଭ କରିଥିଲେ ।
ଏହି ପୁରସ୍କାର ବିତାରଣୀ ସଭାରେ ମୁଖ୍ୟ ଅତିଥି ଭାବେ ସାମାଜିକ ସଂଗଠନ “ଉତ୍କଳ ବିକାଶ ପରିଷଦ”ର ସଭାପତି ଯୁବ ସମାଜସେବୀ ଇଂ. ପ୍ରକାଶ ଚନ୍ଦ୍ର ସେଠୀ,ମୁଖ୍ୟବକ୍ତା ଇଶାଣିବ୍ରହ୍ମପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଅଭିମନ୍ୟୁ ସାହୁ,ମନୋରଞ୍ଜନ କର, ଅମିୟ ବେହେରା, ଅଶ୍ୱିନୀ ଦାଶ,ସଂଜୀବ ବାରିକ, ପ୍ରଦ୍ୟୁମ୍ନ ଆଚାର୍ୟ୍ୟ, ପ୍ରମୋଦ ବାରିକ,ଲିପକ ବେହେରା, ବିଶ୍ୱଜିତ ଭୋଇ,ସମାଜସେବୀ କବି ଭୂଷଣ ଆଚାର୍ୟ୍ୟ ଏବଂ କ୍ଲବର ବହୁ କାର୍ୟ୍ୟକର୍ତା ଉପସ୍ଥିତଥିଲେ । ଓଡ଼ିଶା ସମାଚାର

About admin

Check Also

୭ କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ନିର୍ମାଣ ହେବ ହୋଲସେଲ ମାର୍କେଟ

କେନ୍ଦ୍ରାପଡ଼ା, ୨୧/୦୪/୨୦୨୨( ଓଡ଼ିଶା ସମାଚାର )- କେନ୍ଦ୍ରାପଡ଼ା ସହର ଉପକଣ୍ଠ ଜମଧର ଗ୍ରାମପଂଚାୟତରେ ଥିବା ନିୟନ୍ତ୍ରିତ ବଜାର କମିଟି(ଆର.ଏମ.ସି.) ପରିସରରେ …

Leave a Reply

Your email address will not be published. Required fields are marked *