ବାଲିଗୁଡା,୨୦/୦୨/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ପୁରୁଣା ବାଟାଗୁଡାରେ ଏକ ବାଇକ ଭାରସାମ୍ୟ ହରାଇ ଗଛକୁ ପିଟି ହେବାରୁ ବାଇକ ରେ ବସିଥିବା ଦୁଇ ଜଣ ମୃତ୍ୟୁ ବରଣ କରିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ଦୁଇ ହେଲେ ତୁମୁଡିବନ୍ଧ ଥାନା ଅନ୍ତର୍ଗତ ଦାନୁଙ୍ଗିଆ ଗାଁ ର ରିବିୟାନ ମାଝୀ ଏବଂ ଆହାତ ହେଲେ ଅନନ୍ତ ମାଝୀ ଅନ୍ୟ ଜଣେ ମୃତକଙ୍କ ପରିଚୟ ମିଳି ପାରିନାହିଁ ନାହିଁ । ଶନିବାର ଦିନ ଦଶଟା ବେଳେ ଗାଁରୁ ତିନିଜଣ ଗୋଟିଏ ବାଇକରେ ବାଲିଗୁଡାକୁ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଖବର ପାଇ ଘଟଣା ସ୍ଥଳରେ ବାଲିଗୁଡା ପୋଲିସ ପହଂଚି ତଦନ୍ତ ଜାରି ରଖିଛି । ଓଡିଶା ସମାଚାର