Tuesday , March 21 2023
Breaking News
Home / ବିଶେଷ / କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ମାର୍ଚ ୪ ରେ ଜିଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ 

କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ମାର୍ଚ ୪ ରେ ଜିଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ 

ଗରଦପୁର, ୨୦/୦୨/୨୦୨୧ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦାବି ଜୋର ଧରିଛି । ଜିଲ୍ଲାରେ ମେଡିକାଲ କଲେଜ ଓ ହସ୍ପିଟାଲ ନଥିବାରୁ ଲୋକଙ୍କୁ କଟକ ଯିବାକୁ ପଡୁଛି । ଗମନାଗମନର ସୁବିଧା ନଥିବାରୁ ଅନେକ ସମୟରେ ରୋଗୀର ମୃତୁ୍ୟ ହେଉଛି । ଏହା ଏକ କୃଷି ପ୍ରଧାନ ଜିଲ୍ଲା ହୋଇଥିବାରୁ ଚିକିତ୍ସା ନିମନ୍ତେ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି ଏବଂ ଏହାର ଅଧିବାସୀ ସହଜରେ ଚିକିତ୍ସା ପାଇପାରୁନାହାନ୍ତି । ତେଣୁ କେନ୍ଦ୍ରାପଡାରେ ଏକ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା  ପାଇଁ କେନ୍ଦ୍ରାପଡା ଜିଲ୍ଲା ମେଡିକାଲ କଲେଜ ପ୍ରତିଷ୍ଠା ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ବିଭିନ୍ନ ବ୍ଲକ୍ରେ ଏବଂ ଜିଲ୍ଲାର ବିଭିନ୍ନ ସ୍ଥାନରେ ବୈଠକ ଅନୁଷ୍ଠିତ ହେଉଛି । ଏହି ପରିପ୍ରେକ୍ଷିରେ ଆଜି ଗରଦପୁର ବ୍ଲକ୍ ଅନ୍ତର୍ଗତ ତିକନପୁର ଗ୍ରାମ ପଂଚାୟତର ପର୍ଯ୍ୟଟନସ୍ଥଳୀ କାମେଶ୍ୱର ମହାଦେବଙ୍କ ପୀଠରେ କ୍ରିୟାନୁଷ୍ଠାନ କମିଟି ତରଫରୁ ହିମାଂଶୁ ଶେଖର ଦାସଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗରଦପୁର ବ୍ଲକ୍ ଓ ମାର୍ଶାଘାଇ ବ୍ଲକ୍ର ବହୁ ବୁଦ୍ଧିଜିବୀ, ବିଭିନ୍ନ ଅନୁଷ୍ଠାନର ସ୍ୱେଚ୍ଛାସେବୀମାନେ ଯୋଗଦେଇଥିଲେ । କମିଟିର ସଭାପତି ଅଧ୍ୟାପକ ଅଜୟ ସାମଲ, ଆବାହକ ରମଣୀ ରଂଜନ ରାଉତରାୟ, କାର୍ଯ୍ୟକାରୀ କମିଟି ସଭ୍ୟ ପ୍ରଫୁଲ୍ଲ ଦାସ, ବିକାଶ ସାମ୍ମୁଖ୍ୟର କର୍ମକର୍ତା ଅମୀୟ ନାୟକ ପ୍ରମୁଖ କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠାର ଆବଶ୍ୟକତା ଓ ଲକ୍ଷ୍ୟ ଇତ୍ୟାଦି ବିଷୟରେ ଆଲୋକପାତ କରିବା ସହିତ ଏପର୍ଯ୍ୟନ୍ତ କ୍ରିୟାନୁଷ୍ଠାନ କମିଟି ନେଇଥିବା ପଦକ୍ଷେପମାନ ସମ୍ବନ୍ଧରେ ବିଷଦ୍ ଭାବେ ଆଲୋଚନା ରଖିଥିଲେ । ଆସନ୍ତା ମାର୍ଚ୍ଚ ମାସ ୪ ତାରିଖ ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଏକ ଧାରଣା ଦିଆଯିବ ବୋଲି ନିଷ୍ପତି ନିଆଯାଇଛି ବୋଲି ପ୍ରକାଶ କରିଥିଲେ । ଏହି ଧାରଣାରେ ବହୁ ସଂଖ୍ୟାରେ ଯୋଗଦେବାକୁ କି୍ରୟାନୁଷ୍ଠାନ କମିଟି ପକ୍ଷରୁ ଅନୁରୋଧ କରାଯାଇଥିଲା । ପରିଶେଷରେ ଏହି କ୍ରିୟାନୁଷ୍ଠାନ କମିଟି ପାଇଁ ଗରଦପୁର ବ୍ଲକ୍ର ଆବାହକ ଭାବେ ଶ୍ରୀକାନ୍ତ ନାୟକ ଓ ମାର୍ଶାଘାଇ ବ୍ଲକ୍ର ହିମାଂଶୁ ଶେଖର ଦାସଙ୍କୁ ମନୋନୀତ କରାଯାଇଥିବାବେଳେ ଗରଦପୁର ବ୍ଲକ୍ର ରମେଶ ଚନ୍ଦ୍ର ବେହେରା ଓ ମାର୍ଶାଘାଇ ବ୍ଲକ୍ର କେଦାର ସାମନ୍ତରାୟଙ୍କୁ ଉପଦେଷ୍ଟା ଭାବେ ମନୋନୀତ କରାଯାଇଛି ।  ଓଡ଼ିଶା ସମାଚାର

Leave a Reply

Your email address will not be published.