Wednesday , May 25 2022
Breaking News
Home / ବିଶେଷ / କଷୋଟି ଗ୍ରାମର ରିଟେଲରଙ୍କ ଦ୍ୱାରା ବେଆଇନ ଖାଦ୍ୟସାମଗ୍ରୀ ତୋଷରପାତ ଅଭିଯୋଗ

କଷୋଟି ଗ୍ରାମର ରିଟେଲରଙ୍କ ଦ୍ୱାରା ବେଆଇନ ଖାଦ୍ୟସାମଗ୍ରୀ ତୋଷରପାତ ଅଭିଯୋଗ

 

କେନ୍ଦ୍ରାପଡା, ୨୦/୦୨/୨୦୨୧ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜମଧର ଗ୍ରାମପଂଚାୟତର କଷୋଟି ଗ୍ରାମର ୱାର୍ଡ ନମ୍ବର ୧୨, ୧୬, ୧୭ ଓ ୧୮ର ଅଧିବାସୀ ତଥା ରାସନକାର୍ଡଧାରୀ ଖାଉଟିମାନେ ଉପଜିଲ୍ଲାପାଳଙ୍କୁ ଭେଟି ସେହି  ୱାର୍ଡଗୁଡିକ ପାଇଁ ନିଯୁକ୍ତ ଖାଉଟି ଡିଲର ରଶ୍ମିରଞ୍ଜନ ନାଥ ସେମାନଙ୍କୁ ପ୍ରତ୍ୟେକମାସର ରାସନ ସାମଗ୍ରୀ ସଠିକ ସମୟରେ ପ୍ରଦାନ ନକରିବା, ଓଜନରେ ଠକୁଥିବା, ନୋଟିସ ବୋର୍ଡ ମାଧ୍ୟମରେ ଖାଉଟିମାନଙ୍କୁ ସମୟ ସମ୍ପର୍କରେ ଅବଗତ ନକରାଇବା  ଏବଂ ସେହି ରିଟେଲରଙ୍କ ଖାତାପତ୍ର ସେ ନିଜେ ନକରି ଅନ୍ୟଜଣଙ୍କ ଦ୍ୱାରା କରାଇନେଉଥିବା ସମ୍ପର୍କରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି  । ଏସବୁର ପ୍ରତିବାଦ କରିବାରେ ସେ ଖାଉଟିମାନଙ୍କୁ ଧମକ ଦେଉଥିବା ମଧ୍ୟ ଅଭିଯୋଗ ହୋଇଛି । ଏଣୁ ଖାଉଟି ସାମଗ୍ରୀର ସୁଷମ ବଂଟନ ପାଇଁ ସରକାରଙ୍କ ନିୟମ ଅନୁଯାଇ ସେହି ଗ୍ରାମର ମହିଳା ମଣ୍ଡଳଙ୍କୁ ଏହି ଦାୟୀତ୍ୱ ପ୍ରଦାନ କରାଯିବାକୁ  ସସ୍ମିତା ନାଥ, ପ୍ରଭାତୀ ନାଥ, ପୂର୍ଣ୍ଣାନନ୍ଦ ନାଥ, ପ୍ରତାପ ନାଥ, ସାରଥୀ ନାଥ, ପଦ୍ମିନୀ ନାଥ, ଜୀତେନ୍ଦ୍ର ପ୍ରଧାନ, ପିତାମ୍ବର ପ୍ରଧାନ, ରନôାକର ପ୍ରଧାନ ପ୍ରମୁଖ ଉପଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଗଜପତି କୃଷ୍ଣଚନ୍ଦ୍ର ନାରାୟଣ ଦେବଙ୍କ ଅବଦାନ ଅତୁଳନୀୟ

ଭୁବନେଶ୍ୱର , ୨୫/୦୫/୨୦୨୨( ଓଡ଼ିଶା ସମାଚାର )-: ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସୂତ୍ରଧର, ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ …

Leave a Reply

Your email address will not be published. Required fields are marked *