ଢେଙ୍କାନାଳ, ୨୦/୦୨/୨୦୨୧ (ଓଡ଼ିଶା ସମାଚାର)- କମେଣ୍ଟ ମରାକୁ ନେଇ ବଚସାରୁ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ କଙ୍କଡାସୋଡା ଗ୍ରାମରେ ସଙ୍ଘବଦ୍ଧ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ତାଙ୍କ ପୁଅ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଉଛନ୍ତି ପରଜଙ୍ଗ ଥାନା କଙ୍କଡାସୋଡା ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ବାଇ। ମୃତ ପୂର୍ଣ୍ଣ ଚନ୍ଦ୍ରଙ୍କ ପୁଅ ମୋହନ ବାଇ ମଧ୍ୟ ଗୁରୁତର ହୋଇଛନ୍ତି ।
ମିଳିଥିବା ସୁଚନା ଅନୁସାରେ, ପୂର୍ଣ୍ଣ ଚନ୍ଦ୍ରଙ୍କ ନାତୁଣୀକୁ ତାଙ୍କ ଗ୍ରାମର ଭୋଇ ପରିବାରର ଜଣେ ଯୁବକ କମେଣ୍ଟ ମାରିବାକୁ ନେଇ ବଚସା ହୋଇଥିଲା ।ଫଳରେ ଶୁକ୍ରବାର ରାତିରେ ପୂର୍ଣଚନ୍ଦ୍ର ମଝିଆଁ ପୁଅ ଖିର ଆଣିବାକୁ ଯାଉଥିବା ବେଳେ ଭୋଇ ପରିବାରର ସିପୁନ ଭୋଇ,ଟୁକୁନା ଭୋଇ,ପବିତ୍ର ଭୋଇ,ଭଜମନ ଭୋଇ,ବିଦେଶି ଭୋଇ,ଅର୍ଚନା ଭୋଇ,ଚିନ୍ମୟି ଭୋଇ,ସିଲୁ ଭୋଇ ଅତର୍କିତ ଭାବେ ମାରଣାସ୍ତ୍ର ଦ୍ୱାରା ଆକ୍ରମଣ କରିଥିଲେ।ଏହି ସମୟରେ ପୂର୍ଣଚନ୍ଦ୍ରଙ୍କୁ ବଞ୍ଚାଇବାକୁ ଯିବା ବେଳେ ପୁଅ ମୋହନ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ଉଭୟ ବାପ ଓ ପୁଅଙ୍କୁ ଚିକିତ୍ସା ପାଇଁ ପର୍ଜଙ୍ଗ ମେଡିକାଲକୁ ନିଆଯାଇଥିଲା । ସେଠାରେ ବାପା ପୂର୍ଣ୍ଣଚନ୍ଦ୍ରଙ୍କର ମୃତ୍ୟୁ ହୋଇଛି। ପୁଅ ମୋହନ ର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ତାଳଚେର ସ୍ଥିତ ମଣ୍ଡାପାଳ ଚିକିତ୍ସାଳୟକୁ ସ୍ଥନାନ୍ତର କରାଯାଇଛି। ଏନେଇ ପୂର୍ଣଚନ୍ଦ୍ରଙ୍କ ସାନପୁଅ ପର୍ଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି । ଓଡ଼ିଶା ସମାଚାର