Sunday , April 2 2023
Breaking News
Home / ସ୍ୱାସ୍ଥ୍ୟ / ଏବେ ଲକ ଡ଼ାଉନ ଦରକାର ନାହିଁ ହେଲେ ସକର୍ତ ରହିବା ଦରକାର – କଡ଼ା କଡ଼ି ହେବ କୋଭିଡ଼ ନୀୟମ

ଏବେ ଲକ ଡ଼ାଉନ ଦରକାର ନାହିଁ ହେଲେ ସକର୍ତ ରହିବା ଦରକାର – କଡ଼ା କଡ଼ି ହେବ କୋଭିଡ଼ ନୀୟମ

ଭୁବନେଶ୍ୱର, ୨୦/୦୨/୨୦୨୧ (ଓଡ଼ିଶା ସମାଚାର)- ମହାରାଷ୍ଟ୍ରରେ ବଢୁଥିବା କରୋନା ସଂକ୍ରମଣ ମାମଲାକୁ ଦେଖି ଓଡିଶା ସରକାର ସତର୍କ ହୋଇ ସାନି ସତର୍କତା ଜାରି କରିଥିଲେ । କରୋନା ସଂକ୍ରମଣ ବୃଦ୍ଧି ନେଇ ସ୍ଵାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲ୍ଲାପାଳ, ପୋଲିସ ପ୍ରଶାସନ ଓ ସ୍ଵାସ୍ଥ୍ୟ ବିଭାଗଙ୍କୁ ଚିଠି ଲେଖିଥିଲେ । ସତର୍କ ନହେଲେ କିମ୍ବା ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ନନେଲେ କରୋନା ବଢିପାରେ ବୋଲି ରାଜ୍ୟ ସରକାର କହିଥିଲେ । ସ୍ଥିତି ଉପରେ ନଜର ରଖି ସଂକ୍ରମଣ ଯେମିତି ନବଢେ , କଡା ପଦକ୍ଷେପ ନେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ । ଗହଳିପୂର୍ଣ୍ଣ ସ୍ଥାନ ତଥା ବଜାର ଓ ଧାର୍ମାନୁଷ୍ଠାନ ଉପରେ କଟକଣା ବଢାଇବା ଏବଂ ଗାଇଡ୍ ଲାଇନ୍ ଅନୁଯାୟୀ ଆବଶ୍ୟକ ଟେଷ୍ଟିଂ ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ରାଜ୍ୟରେ ପୁଣି ଥରେ ଲକ୍ ଡାଉନ୍ ହେବ କି ବୋଲି ସାଧାରଣ ଜନତାଙ୍କ ମଧ୍ୟରେ ପ୍ରଶ୍ନ ଉଠିଥିବାବେଳେ ଡିଏମଇଟି ସିବିକେ ମହାନ୍ତି ଏବେ ଲକ୍ ଡାଉନ୍ ଦରକାର ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।କରୋନାର ନୂଆ ଷ୍ଟ୍ରେନ୍ ନେଇ ଡିଏମଇଟି ସିବିକେ ମହାନ୍ତି ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି । ଏବେ କମ୍ କେସ୍ ଆସୁଥିବାରୁ ଲକ୍ ଡାଉନ୍ ର ଆବଶ୍ୟକତା ନାହିଁ । କେସ୍ ବଢିଲେ ଲକ୍ ଡାଉନ୍ କଥା ବିଚାର କରାଯିବ । ବାହାର ରାଜ୍ୟରୁ ଆସୁଥିବା ଲୋକମାନଙ୍କ ଉପରେ ନଜର ରଖାଯାଇଛି । ତେବେ ରାଜ୍ୟର ୪ କୋଟି ଲୋକଙ୍କ ଉପରେ ନଜର ରଖାଯାଇପାରିବ ନାହିଁ । ତେଣୁ ଯଦି କାହାର ଯଦି କିଛି ଲକ୍ଷଣ ଦେଖାଦେଉଛି, ସେ ନିଯେ ନିଯେ ଜଣାଇବା ଆବଶ୍ୟକ ବୋଲି ସେ କହିଛନ୍ତି । ବର୍ତମାନ କୋଭିଡ଼ ଗାଇଗ ଲାଇନ୍ କୁ ଅନୁପାଳନ କରିବା ଆବଶ୍ୟକ । ମାସ୍କ ପିନ୍ଧିବା, ସମଦୂରତା ରକ୍ଷା କରିବା , ଜନ ଗହଳି କୁ ନଯିବା କ୍କିଛି ସମୟ ଅନ୍ତରରେ ହାତ ଧୋଇବା ଆଦି କଲେ ଲକ ଡ଼ାଉନ କୁ ଏଡ଼ାଇ ଦିଆଯାଇ ପାରିବ । ଓଡ଼ିଶା ସମାଚାର

Leave a Reply

Your email address will not be published.