କେନ୍ଦ୍ରାପଡା, ୨୦/୦୨/୨୦୨୧ (ଓଡ଼ିଶା ସମାଚାର)-ଆଦର୍ଶ ବିଜ୍ଞାନ ଶିକ୍ଷକ ଅକ୍ଷୟ କୁମାର ଷଡଙ୍ଗୀଙ୍କ ଏକାଦଶାହ ଅବସରରେ ତାଙ୍କ କର୍ମଭୂମୀ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରୁଷୋମପୁର ପଂଚାୟତ ହାଇସ୍କୁଲ ପରିସରରେ ପୁରାତନ ଛାତ୍ରସଙ୍ଘ ଆନୁକୁଲ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଓଡିଶା ମାଧ୍ୟମିକ ଶିକ୍ଷକ ସଙ୍ଘ(ଓଷ୍ଟା)ର ରାଜ୍ୟ ନେତା ପ୍ରଣବ କୁମାର ଜେନାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ସ୍କୁଲର ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ସାହୁ, ଓଷ୍ଟା ଜିଲ୍ଲା ସମ୍ପାଦକ ତପନ କୁମାର ସିଂହ, ପ୍ରାକ୍ତନ ରାଜ୍ୟ ସମ୍ପାଦକ ନିର୍ମଳ କୁମାର ନାୟକ, ଓଷ୍ଟାର ଜିଲ୍ଲା ଉପଦେଷ୍ଟା ତ୍ରୈ÷ଲୋକ୍ୟ ସ୍ୱାଇଁ, ପ୍ରାକ୍ତନ କେନ୍ଦ୍ରାପଡା ବ୍ଲକ ଶିକ୍ଷା ନିରୀକ୍ଷକ ତଥା ପରିବେଶବିତ କାଶିନାଥ ରାଉତରାୟ, ସରପଂଚ ରମେଶ ଚନ୍ଦ୍ର ସାହାଣୀ, ସ୍କୁଲ ପରିଚାଳନା ସମିତି ସଦସ୍ୟ ଗୋଲଖ ଚନ୍ଦ୍ର ପାଳ, ବିଷ୍ଣୁ ଚରଣ ବିଶ୍ୱାଳ, ମହେନ୍ଦ୍ର କୁମାର ପରିଡା, ଅଜୟ କୁମାର ମହାନ୍ତି, କବୀନ୍ଦ୍ର କୁମାର ମିଶ୍ର, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଅନନ୍ତ ଚରଣ ସେଠୀ ଓ ପୂର୍ବତନ ବିଜୁ କୃୃଷକ ଜନତା ଦଳର ଜିଲ୍ଲା ସଭାପତି ସୈାମେନ୍ଦ୍ର କୁମାର ଦାସ ପ୍ରମୁଖ ମଂଚାସୀନ ଥାଇ ପ୍ରାକ୍ତନ ଶିକ୍ଷକ ସ୍ୱର୍ଗତ ଷଡଙ୍ଗୀଙ୍କ ଏକାଦଶାହରେ ତାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପୁରାତନ ଛାତ୍ର ସଂସଦ ପକ୍ଷରୁ ଜୀତେନ୍ଦ୍ର ସ୍ୱାଇଁ, ସୂର୍ଯ୍ୟକାନ୍ତ ରାଉତ, ପ୍ରଶାନ୍ତ କୁମାର ସାହୁ, ତ୍ରିଲୋଚନ ପରିଡା, ପ୍ରଭାତ କୁମାର ଲେଙ୍କା,ଛାତ୍ରୀ ସ୍ମୃତିରେଖା ଲେଙ୍କା, କମଳକାନ୍ତ ସାହୁ, ପୂଜାରାଣୀ ରାଉତ, ସଂଗ୍ରାମକେଶରୀ ପରିଡା, ଚିରଞ୍ଜନ କବି, ପ୍ରକାଶ ଲେଙ୍କା, ଆର୍ତ କୁମାର ନାୟକ,ଗୈାତମ ଲେଙ୍କା, ସରୋଜ, ସେହି ସ୍କୁଲର ଶିକ୍ଷକ ପ୍ରମୋଦ କୁମାର ମହାପାତ୍ର, ତୁଷାରକାନ୍ତ ନାୟକ, ନନ୍ଦ ଦୁଲାଲ ପାହାଡି, ସାକ୍ୟସିହ୍ନା ରାଉତ, ସୁରେଶ ଚନ୍ଦ୍ର ସ୍ୱାଇଁ, ମଥୁରୀ ଜେନା, ବସନ୍ତ କୁମାର ସାହୁ, ସୁରେନ୍ଦ୍ର କୁମାର ସାହୁ, ପ୍ରଫୁଲ୍ଲ କୁମାର ମହାନ୍ତି, ଶିକ୍ଷକ ନାରାୟଣ ପଣ୍ଡା ପ୍ରମୁଖ ଶତାଧିକ ପୁରାତନ ଛାତ୍ରଛାତ୍ରୀ, ଶିକ୍ଷକ ଓ ଗ୍ରାମବାସୀମାନେ ଯୋଗଦେଇ ଆଦର୍ଶ ବିଜ୍ଞାନ ଶିକ୍ଷକ ସ୍ୱର୍ଗତ ଷଡଙ୍ଗୀଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପ୍ରଥମେ ସ୍ୱର୍ଗତ ଷଡଙ୍ଗୀଙ୍କ ଅମର ଅତ୍ମାର ସଦଗତି ନିମନ୍ତେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସୁରେନ୍ଦ୍ର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର