Monday , March 27 2023
Breaking News
Home / ବିଶେଷ / ଅନନ୍ତେଶ୍ଵର ମହାଦେବ ଙ୍କ ଚତୁର୍ଥ ବାର୍ଷିକ ବିଶ୍ଵ ଶାନ୍ତି ଯଜ୍ଞର ପୂର୍ଣ୍ଣାହୁତି

ଅନନ୍ତେଶ୍ଵର ମହାଦେବ ଙ୍କ ଚତୁର୍ଥ ବାର୍ଷିକ ବିଶ୍ଵ ଶାନ୍ତି ଯଜ୍ଞର ପୂର୍ଣ୍ଣାହୁତି

ମାହାଙ୍ଗା, ୨୦/୨/୨୦୨୧(ଓଡ଼ିଶା ସମାଚାର/ଅଭୟ ଜେନା)- ମାହାଙ୍ଗା ଜଳେଶ୍ଵରପୁର ଗ୍ରାମର ଗ୍ରାମେଶ୍ଵର ଅନନ୍ତେଶ୍ଵର ମହାଦେବ ଙ୍କ ଚତୁର୍ଥ ବାର୍ଷିକ ବିଶ୍ଵଶାନ୍ତି ଯଜ୍ଞର ବୁଧବାର ଦିନ କଳସ ଶୋଭା ଯାତ୍ରା ପରେ ବିଦ୍ୱାନ ପଣ୍ଡିତ ମାନଙ୍କ ଦ୍ବାରା ଅଗ୍ନି ସ୍ଥାପନ କରାଯାଇ ମଣ୍ଡଳ ସ୍ଥାପନ ଓ ଦେବତାଙ୍କ ଆବାହନ କରାଯାଇଥିବା ବେଳେ ପବିତ୍ର ମାଘ ସପ୍ତମୀ ତିଥିରେ ପ୍ରାତଃ ସମୟରୁ ଆରୋଗ୍ୟ କର୍ତ୍ତା ପ୍ରଭୁ ସୂର୍ୟ୍ୟ ନାରାୟଣ ଙ୍କ ପୂଜାର୍ଚ୍ଚନା କରାଯାଇଥିଲା ।ତତ୍ପରେ ଅନନ୍ତେଶ୍ଵର ଙ୍କ ଅଭିଷେକ ସହିତ ଶହସ୍ର ଆହୁତି ଓ ରୁଦ୍ର ସୁକ୍ତରେ ଆହୁତି ପ୍ରଦାନ କରାଯାଇଥିଲା  ।   ସଂଧ୍ୟା ସମୟରେ ଆଳତୀ ସହିତ ପ୍ରଭୁ ଯଜ୍ଞ ନାରାୟଣ ଙ୍କ ପୂର୍ଣ୍ଣାହୁତି ପ୍ରଦାନ କରାଯାଇଥିଲା। ଏଥିରେ ପଣ୍ଡିତ ପ୍ରକାଶ ଚନ୍ଦ୍ର କର,ଆଶିଷ କୁମାର ମିଶ୍ର,ପୂର୍ଣ୍ଣ ଚନ୍ଦ୍ର ପାଣି,ବ୍ରଜକିଶୋର କର,ଗଣେଶ୍ୱର ପଣ୍ଡା ,ଦୀପ୍ତିରଞ୍ଜନ ଦାଶ, ଜୟଦେବ ଦାଶ , ମନ୍ଦିର ପୂଜକ ରାଜକିଶୋର ତ୍ରିପାଠୀ, ବିରେନ୍ଦ୍ର ତ୍ରିପାଠୀ, କର୍ତ୍ତା-ଧନେନ୍ଦ୍ର ପ୍ରସାଦତ୍ରିପାଠୀ , କତ୍ରି -ସ୍ନେହଲତା ତ୍ରିପାଠୀ ପରିଚାଳନା କରୁଛନ୍ତି । ନିରଞ୍ଜନ ତ୍ରିପାଠୀ,ସୁରେଶ ମିଶ୍ର,ଜାଦବା ନନ୍ଦ ଦାଶ,ରମେଶ ଚନ୍ଦ୍ର ପ୍ରଧାନ,ମହେନ୍ଦ୍ର ସାମଲ ସୁରେଶ ପ୍ରଧାନ ଙ୍କ ସହିତ ଗ୍ରାମବାସି  ସହଯୋଗ କରିଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published.