Monday , March 27 2023
Breaking News
Home / ବିଶେଷ / ସମ୍ବର୍ଦ୍ଧନା ଓ ପୁରସ୍କାର ବ୍ୟକ୍ତିକୁ କର୍ମତତ୍ପର କରାଏ

ସମ୍ବର୍ଦ୍ଧନା ଓ ପୁରସ୍କାର ବ୍ୟକ୍ତିକୁ କର୍ମତତ୍ପର କରାଏ

ରାମଦୟା ପରିଷଦ ତରଫରୁ ମେଧା ଅଭିନନ୍ଦନ ଓ ସମ୍ବର୍ଦ୍ଧନା
ନିରାକାରପୁର,୧୯/୦୨/୨୦୨୧ (ଓଡ଼ିଶା ସମାଚାର)-ପୁରସ୍କାର କେବଳ ଏକ ସ୍ୱୀକୃତୀ ନହେଁ ବରଂ କର୍ତବ୍ୟ ସଂପାଦନ ପାଇଁ ଏକ ପ୍ରୋତ୍ସାହନ ଓ ତାହା ବ୍ୟକ୍ତିକୁ କର୍ମନିଷ୍ଠ କରିଥାଏ ବୋଲି ଖୋର୍ଦ୍ଧା ଜିଲ୍ଲା ନିରାକାରପୁରସ୍ଥିତ ଶ୍ରୀରାମ ମନ୍ଦିର ଷୋଡ଼ଶ ପ୍ରତିଷ୍ଠା ଉତସବ ସମାରୋହରେ ଅତିଥିଗଣ ମତପୋଷଣ କରିଛନ୍ତି । ଶ୍ରୀରାମ ଦୟା ପରିଷଦ ଆୟୋଜିତ ସମାରୋହରେ ବିଶିଷ୍ଟ ସ୍ଥପତି ତଥା ରାଜ୍ୟସଭା ସାଂସଦ ଡ଼. ରଘୁନାଥ ମହାପାତ୍ର ମୁଖ୍ୟଅତିଥି, ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ କୁମାର ବେହୁରିଆ ମୁଖ୍ୟବକ୍ତା , ସରପଂଚ ହୃଷିକେଶ ରାଉତରାୟ ସମ୍ମାନୀତଭାବେ ଯୋଗଦେଇ ଛାତ୍ରଛାତ୍ରୀ ଓ ସମ୍ବର୍ଦ୍ଧିିତ ବ୍ୟକ୍ତି ବିଶେଷଙ୍କୁ ଅଭିନନ୍ଦନ ଜଣାଇବା ସହ ସମ୍ବୋଧିତ କରିଥିଲେ । ବିଶିଷ୍ଟ ଶିକ୍ଷାବିତ ପ୍ରାଧ୍ୟାପକ ଡ଼. ବେଣୁଧର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ସମାରୋହରେ ପରିଷଦର ଅଧ୍ୟକ୍ଷ ପଦ୍ମନାଭ ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଡ଼. ମୃତ୍ୟୁଞ୍ଜୟ ରଥ ବାର୍ଷିକ ବିବରଣୀ ପାଠ ସହ ମଂଚ ସଂଚାଳନ କରିଥିଲେ । ବିବିଧ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିିତ କରାଯାଇଥିଲା । ଶିକ୍ଷା ପାଇଁ ଡ଼. ବିଜୟ କୁମାର ପଟ୍ଟନାୟକ ଓ ଡ଼. ବେଣୁଧର ଦାସ ସମ୍ବର୍ଦ୍ଧିତ ହୋଇଥିବାବେଳେ ଅତିଥିଗଣ ଅଂଚଳର ବରିଷ୍ଠ ନାଗରିକ- ଅନ୍ତର୍ଯ୍ୟମୀ ସାହୁ, ପାଲାଗାୟକ ଯୋଗେଶ ଚନ୍ଦ୍ର ମହାପାତ୍ର, କବି ଆର୍ତତ୍ରାଣ ସାହୁ, ସମାଜସେବୀ ବିଦ୍ୟାଧର ନାଥ, ଚିକିତ୍ସିକ ଡ଼ାକ୍ତର ଅଶ୍ୱନୀ କୁମାର ସ୍ୱାଇଁ, ବ୍ୟବସାୟୀ ନବଘନ ପରିଡ଼ା ଓ କୃଷକ ଯୁଗଳ ଚରଣ ପରିଡ଼ାଙ୍କ ସମେତ ଅଂଚଳର କିଛି ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ମାନପତ୍ର ଓ ଅଙ୍ଗବସ୍ତ୍ର ପ୍ରଦାନ କରି ସମ୍ମାନୀତ କରାଯାଇଥିଲା । ନିରାକାରପୁର ପରିମଣ୍ଡଳ ଅନ୍ତର୍ଗତ ଚଉଦଟି ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀଙ୍କ ସହ କ୍ଷେତ୍ରବାସୀ ଡ଼ିଏଭି ମହାବିଦ୍ୟାଳୟ ଯୁକ୍ତ ଦୁଇ ଓ ଯୁକ୍ତ ତିନି କଳା, ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷାରେ ସର୍ବୋଚ୍ଚ ନମ୍ବରଧାରୀଙ୍କୁ ତଥା ସ୍ନାତକୋତର ( ଓଡ଼ିଆ)ରେ ସର୍ବୋଚ୍ଚ ନମ୍ବରଧାରୀଙ୍କ ପୁରସ୍କୃତ କରିଥିଲେ ଅତିଥି । ପରିଷଦର ସଂପାଦକ ଅଧ୍ୟାପକ ଗଙ୍ଗାଧର ତ୍ରିପାଠୀଙ୍କ ପରିଚାଳନାରେ ସହାୟତା ରଖିଥିଲେ ପରିଷଦ କର୍ମକର୍ତା ମହେନ୍ଦ୍ର କମାର ନରେନ୍ଦ୍ର, ସାରଙ୍ଗଧର ବଳିୟାରସିଂହ, ଦୀନବନ୍ଧୁ ମିଶ୍ର, ଅଶୋକ କୁମାର ବାହୁବଳେନ୍ଦ୍ର, ରମାନାଥ ଦାଶ, ଲକ୍ଷ୍ମୀଧର ସାମନ୍ତରାୟ, ନାରାୟଣ ଶତପଥୀ, ସର୍ବେଶ୍ୱର ପାହାଡ଼ାସିଂହ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଉପସଭାପତି ସତ୍ୟବାଦୀ ବଳବନ୍ତରାୟ । ଓଡ଼ିଶା ସମାଚାର

Leave a Reply

Your email address will not be published.