Saturday , May 21 2022
Breaking News
Home / ବିଶେଷ / ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମରେ ସାଇକେଲ କ୍ଲବ ସମ୍ବର୍ନ୍ଧିତ

ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମରେ ସାଇକେଲ କ୍ଲବ ସମ୍ବର୍ନ୍ଧିତ

କେନ୍ଦ୍ରାପଡା,୧୯/୦୨/୨୦୨୧ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଆଂଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଅନୁଷ୍ଠିତ ସଡକ ସୁରକ୍ଷା ମାସର ଉଯାପନୀ ଦିବସ ଉଯାପନୀ ଉସôବରେ “କେନ୍ଦ୍ରାପଡା ସାଇକେଲ କ୍ଲବ”କୁ ସମ୍ବର୍ନ୍ଧିତ  କରାଯାଇଛି  । ଏହି ଉପଲକ୍ଷେ ଆଂଚଳିକ ପରିବହନ କାର୍ଯ୍ୟାଳୟ  ପରିସରରେ  ଅନୁଷ୍ଠିତ ଉଯାପନୀ ଉସôବରେ  ଆଇନଜୀବି  ବିଧୁଭୂଷଣ ମହାପାତ୍ରଙ୍କ ଅଧ୍ୟକ୍ଷତା କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ନରହରି ସେଠୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଡକ ସୁରକ୍ଷା ଅବସରରେ ସମସ୍ତେ ସଚେତନ ହୋଇ ଗାଡି ଚଳାଇଲେ ଦୁର୍ଘଟଣାକୁ ହ୍ରାସ କରାଯାଇପାରିବ ବୋଲି  ପରାମର୍ଶ ଦେଇଥିଲେ  ।  ଆଂଚଳିକ ପରିବହନ ଅଧିକାରୀ ଇଂ ନିଖିଳ କୁମାର ପଟ୍ଟନାୟକ, ସଦର ଥାନା ଇନିସପେକ୍ଟର ପ୍ରମୋଦ କୁମାର ମଲ୍ଲିକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସଡକ ସୁରକ୍ଷା ସଂପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ସଚେତନତା କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଅବଦାନ ରଖିଥିବା “କେନ୍ଦ୍ରାପଡା ସାଇକେଲ କ୍ଲବ”କୁ ପ୍ରମାଣପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହିତ  ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ସାଇକେଲ କ୍ଲବ ପକ୍ଷରୁ ମାତୃଦତ ମହାନ୍ତି, ବିରେନ ଦାସ, ପ୍ରଶାନ୍ତ କୁମାର ନାୟକ ପ୍ରମୁଖ ପ୍ରମାଣପତ୍ର ଗ୍ରହଣ କରିଥିଲେ ।  ଓଡ଼ିଶା ସମାଚାର

About admin

Check Also

ବର୍ଷା ଦିନ ପୂର୍ବରୁ ଚିତ୍ରୋତ୍ପଳା ନଦୀରେ ପଥର ପ୍ୟାକିଙ୍ଗ ଓ ବୁରୁଜ ନିର୍ମାଣ ସରିବା ନେଇ ଆଶଙ୍କା 

ଗରଦପୁର, ୨୦/୦୫/୨୦୨୨( ଓଡ଼ିଶା ସମାଚାର )-ପାଟକୁରା ନିକଟରେ ଚିତ୍ରୋତ୍ପଳା ଦକ୍ଷିଣ ପାଶ୍ୱର୍ ନଦୀ ତୀରରେ ୪କୋଟି ୮୦ ଲକ୍ଷ ଟଙ୍କା …

Leave a Reply

Your email address will not be published. Required fields are marked *