ସାଲେପୁର:୧୯/୦୨/୨୦୨୧(ଓଡ଼ିଶା ସମାଚାର/ଅଭୟ ଜେନା)ଆଜି କଟକ ଜିଲ୍ଲା କୁଆଁପାଳ ସାଲେପୁର ରାସ୍ତାରେ ଏକ ସଡକ ଦୁର୍ଘଟଣା ଘଟିଛି । ବାଇକ ଓ ସ୍କୁଟି ଆରୋହୀଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।ଏଭଳି ଘଟଣା ଘଟିଛି ସାଲେପୁର କୁଅଁପାଳ ରାସ୍ତାର ଆଂନନ୍ଦ ପେଟ୍ରୋଲ ପମ୍ପ ନିକଟରେ। ଗାଡି ଚାଳକ ଦୁଇଜଣ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ଗାଡି ଚାଳକ ସ୍ଥାନୀୟ ଲୁଣାହାର ଗାଁ’ର ସେକ ଅନୁଅର ଖାଁ ଙ୍କ ପୁଅ. ଏଦୁଲ ଖାଁ’ ଓ ମାଣିତ୍ରୀ ଗାଁ’ର ନବକିଶୋର ନାୟକ। ଉଭୟ ଗାଡି ଚାଳକକୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ନିମନ୍ତେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତିକରାଯାଇଥିଲା।ତେବେ ସେଠାରେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଚିକିତ୍ସା ପାଇଁ କଟକ ଏସସିବି ମେଡିକାଲକୁ ପଠାଇଦିଆଯାଇଛି। ଓଡ଼ିଶା ସମାଚାର