Sunday , April 2 2023
Breaking News
Home / କୃଷି / ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ୱାନରେ କେନ୍ଦ୍ରାପଡାରେ ୪ ଘଣ୍ଟିଆ ରେଳରୋକ ସଫଳ

ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ୱାନରେ କେନ୍ଦ୍ରାପଡାରେ ୪ ଘଣ୍ଟିଆ ରେଳରୋକ ସଫଳ

କେନ୍ଦ୍ରାପଡା, ୧୯/୦୨/୨୦୨୧ (ଓଡ଼ିଶା ସମାଚାର)-କୃଷକ ସର୍ବନାଶ କାରୀ, କୃଷି ଧ୍ୱଂସକାରୀ କୃଷି ଆଇନ ବିରୁଦ୍ଧରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ୱାନରେ ଦେଶବ୍ୟାପୀ ୪ ଘଣ୍ଟିଆ ରେଳରୋକ କେନ୍ଦ୍ରାପଡାରେ ସଫଳ ହୋଇଛି । ଦିଲ୍ଲୀଚଲୋ କୃଷକ ଆନ୍ଦୋଳନକୁ ସଫଳ କରି ୩ଟି କୃଷି ଆଇନ ଯଥା କୃଷିଜାତ ସାମଗ୍ରୀର ବିପଣନ ଓ କାରବାର(ପ୍ରୋତ୍ସାହନ ଏବଂ ସୁବିଧା ପ୍ରଦାନ) ଆଇନ-୨୦୨୦କୁ ରଦ୍ଧ କରିବା, କୃଷକ(ସଶକ୍ତିକରଣ ଏବଂ ସୁରକ୍ଷା) ରାଜିନାମା ସଂକ୍ରାନ୍ତିୟ ମୂଲ୍ୟ ସୁନିଶ୍ଚିତତା ଏବଂ କୃଷିସେବା ଆଇନ-୨୦୨୦ କୁ ରଦ୍ଧ କରିବା, ଅତ୍ୟାବଶ୍ୟକୀୟ ସାମଗ୍ରୀ(ସଂଶୋଧନ) ଆଇନ-୨୦୨୦ କୁ ରଦ୍ଧ କରିବା ଓ ଏମ୍.ଏସ୍. ସ୍ୱାମୀନାଥନ ଜାତୀୟ କୃଷକ କମିଶନ ସୁପାରିଶ ଅନୁସାରେ ସମସ୍ତ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରିବା ନିମନ୍ତେ ଏବଂ କୃଷିଜାତ ଦ୍ରବ୍ୟ ଗୁଡିକୁ ସରକାରୀ ଭାବେ ସଂଗ୍ରହ କରିବା , ଓଡିଶାରେ ଧାନ କ୍ୱିଣ୍ଟାଲ ପିଛା ୩ ହଜାର ଟଙ୍କା ସହାୟକ ମୂଲ୍ୟ ଧାର୍ଯ୍ୟକରିବା, ଓଡିଶା ବିଧାନସଭାର ମୈାସୁମୀ ଅଧିବେଶନ ପୂର୍ବରୁ ରାଜ୍ୟ କ୍ୟାବିନେଟ୍ ରେ କୃଷକ ବିରୋଧି କୃଷି ସଂପର୍କିୟ ଆଣିବାକୁ ଥିବା ଅଧ୍ୟାଦେଶକୁ ପ୍ରତ୍ୟାହାର କରିବା ଦାବିରେ ଗୁରୁବାର କେନ୍ଦ୍ରାପଡା ସ୍ଥିତ ଦୁହୁରିଆ ନିକଟ ରେଳ ଧାରଣାରେ କୃଷକମାନେ ଦିନ ୧୨ ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ରେଳରୋକରେ ସାମିଲ ହୋଇଥିଲେ । ଦିଲ୍ଲୀଚଲୋ କୃଷକ ଆନ୍ଦୋଳନ ୮୨ଦିନରେ ପହଁଚିଥିଲେ ବି ଏବଂ ଶତାଧିକ ଚାଷୀ ମୃତୁ୍ୟବରଣ କରିଥିଲେ ବି ମୋଦୀ ସରକାର ସହାନୁଭୂତିଶୀଳ ନହୋଇ ଏହି ଆନ୍ଦୋଳନକୁ ଦେଶଦ୍ରୋହୀ ଆନ୍ଦୋଳନ କହିବା ସହିତ ଆନ୍ଦୋଳନକୁ ସମର୍ଥନ କରୁଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଦେଶଦ୍ରୋହ ମାମଲାରେ ଜେଲ ପଠାଇବା ଆଜି ଦେଶପାଇଁ ଏକ ଆହ୍ୱାନ ସୃଷ୍ଟି କରିଛି । ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ବୃଦ୍ଧି ଉପରେ ଲଗାମ ନାହିଁ । ଜନ ବିରୋଧି ମୋଦୀ ସରକାର ବିରୁଦ୍ଧରେ ଏହି ୪ ଘଣ୍ଟିଆ ରେଳରୋକରେ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତିର ଜିଲ୍ଲା ଆବାହକ ଗୟାଧର ଧଳ, ବରିଷ୍ଠ କଂଗ୍ରେସ ନେତା ପ୍ରଫୁଲ୍ଲ ଦାସ, ଅଖିଳ ଭାରତ କୃଷକ ସଭାର ଜିଲ୍ଲା ନେତା ରମଣୀ ରଞ୍ଜନ ରାଉତରାୟ, ଓଡିଶା କୃଷକ ସଭାର ଜିଲ୍ଲା ସଭାପତି ଉମେଶ ଚନ୍ଦ୍ର ସିଂହ, ଆଇଏନଟିୟୁସି ର ଜିଲ୍ଲା ସଭାପତି ମୁକ୍ତାର ଖାଁ, ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୂଲିଆ ସଂଘର ସଭାପତି ଫକିର ଚରଣ ଖଟୁଆ, ଏଆଇକେଏସ୍ ର ଜିଲ୍ଲା ଆବାହକ ପଦ୍ମନାଭ ଦାସ, ଏଆଇକେକେଏମଏସ ଆବାହକ ଏଲିନା ସାମନ୍ତରାୟ, ଅଖିଳ ଭାରତ କୃଷକ ମହାସଂଘର ସଂପାଦକ ପ୍ରକାଶ ମଲ୍ଲିକ, ନବ ନିର୍ମାଣ କୃଷକ ସଂଗଠନର ଜିଲ୍ଲା ଉପଦେଷ୍ଟା ଦାଶରଥୀ ସାହୁ, ସିଆଇଟିୟୁର ଜିଲ୍ଲା ସଂପାଦକ ଜଗତ ଜୀବନ ଦାସ, ଅଧ୍ୟାପକ ଅଜୟ ସାମଲ, ଶରତ କୁମାର ବେହୁରା, ଆଦିକନ୍ଦ ରାଉଳ, ରତ୍ନଜୟ ମଲ୍ଲିକ, ଏଆଇଟିୟୁସି ର ଜିଲ୍ଲା ସଭାପତି ବାବାଜୀ ଧଳ, ଜନମଂଚର ନେତା ଗୈାରାଙ୍ଗ ରାଉତ, ମାଧବ ଦାସ, ସୈାମେନ୍ଦ୍ର ପୃଷ୍ଟି, ମହେନ୍ଦ୍ର ପରିଡା, ସୁବାସିନୀ ଭଦ୍ର, ବିକାଶ ଚନ୍ଦ୍ର ବେହୁରା, ଗଙ୍ଗାଧର ମଲ୍ଲିକ, ନିର୍ମାଣ ଶ୍ରମିକ ନେତା ଅଜିତ୍ ପରିଡା, ବିଧୁଭୂଷଣ ମହାପାତ୍ର, ପ୍ରକାଶ ପରିଜା, ହିରାମଣୀ ରାଉତ, ସୁକାନ୍ତ ରାଉତ, ସୁହାନା ବେଗମ, ସୁରେନ୍ଦ୍ର ବାରିକ, ଅମିୟ ନାୟକ, ଜିତେନ୍ଦ୍ର ଜେନା, ସୟଦ ଅବଦୁଲ ସତାର, ଜସମିନ ପରୱିନ, କୃଷ୍ଣଚନ୍ଦ୍ର ରାଉତ, ଅଶୋକ ଲେଙ୍କା, ଜୟନ୍ତ ଲେଙ୍କା ପ୍ରମୁଖ ଆନ୍ଦୋଳନ କାରୀମାନେ ମୋଦୀ ସରକାରର ଏହି କଳା ଆଇନକୁ ପ୍ରତ୍ୟାହାର ନକରିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ପ୍ରକାଶ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.