Saturday , April 1 2023
Breaking News
Home / ତାଜା ଖବର / ବାପା ଆଖି ସାମ୍ନାରେ ଟ୍ରାକଟର ଚାପାରେ ନାବାଳକ ପୁଅର ମୃତ୍ୟୁ

ବାପା ଆଖି ସାମ୍ନାରେ ଟ୍ରାକଟର ଚାପାରେ ନାବାଳକ ପୁଅର ମୃତ୍ୟୁ

ମାହାଙ୍ଗା ୧୯/୦୨/୨୦୨୧(ଓଡ଼ିଶା ସମାଚାର/ଅଭୟ ଜେନା)- ମୃତ୍ୟୁ ଏମିତି ଆସେ ବୋଲି କେହି ବିଶ୍ୱାସ କରିପାରୁ ନାହାନ୍ତି । ତିଲଙ୍ଗ ଗାଁ’ରେ ଘଟିଯାଇଛି ଏମିତି ଅଭାବନୀୟ ଘଟଣା । ବାପାର ଆଖି ସାମ୍ନାରେ ଚାଲି ଯାଇଛି ୮ ବର୍ଷ ପୁଅର ଜୀବନ । ସେଇ ଗାଁ’ର ଘନଶ୍ୟାମ ମଲିକଙ୍କ ପୁଅ ଚନ୍ଦନ ମଲିକ । ଘନଶ୍ୟାମ ଜମିରେ ଟ୍ରାକ୍ଟର ରେ ଚାଷ କରୁଥିଲେ । ବାପା ଟ୍ରାକ୍ଟର ଚଳାଉ ଥିବା ବେଳେ ଖୁସିରେ ନାବାଳକ ପୁଅ ଚନ୍ଦନ ସେଇ ଟ୍ରାକ୍ଟରରେ ବାପାଙ୍କ ପାଖରେ ବସିପଡିଥିଲା । ତେବେ ଅସାବଧାନତା ବଶତଃ ଗାଡ଼ି ଉପରୁ ପଛ ପଟକୁ ଖସି ପଡିଥିଲା ପୁଅ ଚନ୍ଦନ । ଟ୍ରାକ୍ଟରରେ ଲାଗିଥିବା ରୋଟରରେ ଚାପି ହୋଇଯିବାରୁ ଚାଲିଗଲା ପୁଅ ଚନ୍ଦନର ଜୀବନ । ଡେରାବିଶ ଥାନା ଅନ୍ତର୍ଗତ ତିଲଙ୍ଗ ଗ୍ରାମରେ ଏହି ଦୁଃଖଦ ଘଟଣାକୁ ନେଇ ଶୋକର ଛାୟା ଖେଳିଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.